ଓଡ଼ିଶାଲାଇଭ୍ ବ୍ୟୁରୋ

(ରାୟଗଡ଼ାରୁ ତୁଷାର ରଞ୍ଜନ ସାହୁ): ରାୟଗଡ଼ା ଜିଲ୍ଲାର ଉପ-ଜିଲ୍ଲାପାଳ ପୂର୍ଣ୍ଣଚନ୍ଦ୍ର ଜେନାଙ୍କୁ ନିଲମ୍ବନ ଆଦେଶ ଶୁଣାଇଛନ୍ତି ରାଜ୍ୟ ସରକାର। ଏନେଇ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ମଧ୍ୟ ବିଧିବଦ୍ଧ ଭାବେ ସୂଚନା ଦିଆଯାଇଛି।BGUବର୍ତ୍ତମାନ ଓଏଏସ୍ ପୂର୍ଣ୍ଣଚନ୍ଦ୍ର ଜେନା ସର୍ବାଧିକ କରୋନା ପ୍ରଭାବିତ ଗଞ୍ଜାମ ଜିଲ୍ଲାର ପାତ୍ରପୁର ବ୍ଲକରେ ଡେପୁଟେସନରେ ଅଛନ୍ତି। ହେଲେ ସେଠାରେ ସେ ନିଜ କାର୍ଯ୍ୟରେ ଅବହେଳା କରିଥିବା କାରଣ ଦର୍ଶାଇ ତାଙ୍କୁ କାର୍ଯ୍ୟରୁ ନିଲମ୍ବନ କରାଯାଇଛି।

ଏହି ନିଲମ୍ବନ ଆଦେଶ ବଳବତ୍ତର ରହିଥିବା ଯାଏ ତାଙ୍କୁ ରାୟଗଡ଼ା ମୁଖ୍ୟାଳୟ ଛାଡି ଅନ୍ୟତ୍ର କେଉଁଠିକୁ ନଯିବାକୁ ନିର୍ଦ୍ଦେଶ ମଧ୍ୟ ଦିଆଯାଇଛି।

Comment