ଓଡିଶାଲାଇଭ୍ ବ୍ୟୁରୋ

ଗଞ୍ଜାମ ଜିଲ୍ଲାରେ କରୋନା ସଂକ୍ରମଣ ଦିନକୁ ଦିନ ନିୟନ୍ତ୍ରଣକୁ ଆସୁଛି। ଏହାକୁ ଦୃଷ୍ଟିରେ ରଖି ଜିଲ୍ଲାରେ ଜାରି ହୋଇଥିବା କରୋନା କଟକଣାକୁ କିଛି ମାତ୍ରାରେ କୋହଳ କରାଯାଇଛି। ଏଥିସହ ଦୀର୍ଘ ଦିନ ଧରି ସିଲ୍ ହୋଇଥିବା ବ୍ରହ୍ମପୁର ସୀମାକୁ କଟକଣାମୁକ୍ତ କରାଯାଇଛି। ଏନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ମିଳିଛି।

ଜିଲ୍ଲାରେ ସକାଳ ୫ଟାରୁ ରାତି ୮ଟା ପର୍ଯ୍ୟନ୍ତ ସମସ୍ତ ଦୋକାନ ବଜାର ଖୋଲା ରହିବ ବୋଲି ପ୍ରଶାସନ ପକ୍ଷରୁ ସୂଚନା ମିଳିଛି। ସେହିପରି ବ୍ରହ୍ମପୁର ସହରରେ ପଜିଟିଭ୍ ସଂଖ୍ୟା କମିଥିବା ବେଳେ ସୁସ୍ଥ ହାର ବୃଦ୍ଧି ପାଇଛି। ଏହାକୁ ଦୃଷ୍ଟିରେ ରଖି ଆଜିଠାରୁ ବ୍ରହ୍ମପୁର ସହରର ୪ଟି ସୀମାକୁ ଖୋଲାଯାଇଛି। ଫଳରେ ଏହି ସୀମା ଦେଇ ଯାନବାହନ ଚଳାଚଳ ଆରମ୍ଭ ହୋଇଛି। ଲୋକମାନେ ବ୍ରହ୍ମପୁର ସହର ଭିତରକୁ ପ୍ରବେଶ କରିବା ସହ ସହର ବାହାରକୁ ମଧ୍ୟ ସୁରୁଖୁରୁରେ ଯାଇପାରୁଛନ୍ତି।BGUବର୍ତ୍ତମାନ ସୁଦ୍ଧା ଗଞ୍ଜାମ ଜିଲ୍ଲାରୁ ୧୬,୫୨୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ ୧୪,୪୪୪ ଜଣ ସୁସ୍ଥ ହୋଇଥିବା ବେଳେ ୧,୮୯୭ ଜଣ ଚିକିତ୍ସାଧୀନ ଅଛନ୍ତି। ଏଥିସହ ୧୭୯ ଜଣଙ୍କର ମୃତ୍ୟୁ ହୋଇଛି।

Comment