ଓଡ଼ିଶାଲାଇଭ୍‌ ଏଣ୍ଟରଟେନମେଣ୍ଟ ବ୍ୟୁରୋ

ବଲିଉଡ ଅଭିନେତା ଇଶାନ ଖଟ୍ଟର ଏବଂ ଅନନ୍ୟା ପାଣ୍ଡେଙ୍କ ଅଭିନୀତ ଫିଲ୍ମ ‘ଖାଲି ପିଲି’ର ଟିଜର ରିଲିଜ ହୋଇଛି। ଟିଜରରେ ଇଶାନ ଓ ଅନନ୍ୟାଙ୍କ ଜବରଦସ୍ତ ଯୋଡ଼ି ଦେଖିବାକୁ ମିଳିଛି। ମକୁବଲ ଖାନଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମରେ ଇଶାନ ଓ ଅନନ୍ୟାଙ୍କ ଦମଦାର ଆକ୍ସନ ଦେଖିବାକୁ ମିଳିଥିଲେ ମଧ୍ୟ ଟିଜରକୁ ଲାଇକରୁ ଅଧିକ ଡିସଲାଇକ ମିଳିଛି।

ୟୁଟ୍ୟୁବରେ ଅପଲୋଡ୍ କରିବାର୨୪ ଘଣ୍ଟା ମଧ୍ୟରେ ଟିଜରକୁ ଦୁଇ ଲକ୍ଷରୁ ଅଧିକ ଭ୍ୟୁ ମିଳିଛି। କିନ୍ତୁ ଖାସ କଥା କଥା ହେଉଛି ଏବେ ଯାଏଁ ଟିଜରକୁ ପ୍ରାୟ ୬୫ ହଜାରରୁ ଅଧିକ ଡିସଲାଇକ ମିଳିଛି। କିଛି ଦିନ ପୂର୍ବରୁ ଫିଲ୍ମ ‘ସଡକ୍‌ ୨’ର ମଧ୍ୟ ଏହି ଅବସ୍ଥା ହୋଇଥିଲା।BGU

ତେବେ ଏହି ସବୁ ଫିଲ୍ମକୁ ଡିସଲାଇକର କାରଣ ହେଉଛି ନେପୋଟିଜିମ। ଅଭିନେତା ସୁଶାନ୍ତଙ୍କ ମୃତ୍ୟୁ ପରେ ଏହି ନେପୋଟିଜିମ୍‌ ବା ପରିବାରବାଦ ବିବାଦ ସୃଷ୍ଟି ହୋଇଛି। ଫଳରେ ଷ୍ଟାରକିଡଙ୍କ ଫିଲ୍ମକୁ ପସନ୍ଦ କରୁନାହନ୍ତି  ଦର୍ଶକ।

LEAVE A REPLY

Please enter your comment!
Please enter your name here