ଓଡ଼ିଶାଲାଇଭ୍ ବ୍ୟୁରୋ

ରାଜ୍ୟରେ କୋଭିଡ୍ ଟେଷ୍ଟର ଦାମ କମାଇଲେ ରାଜ୍ୟ ସରକାର। ଏଣିକି ଘରୋଇ ହସ୍ପିଟାଲରେ ଲୋକମାନେ ମାତ୍ର ୧୨ ଶହ ଟଙ୍କାରେ କୋଭିଡ୍ ଆରଟି-ପିସିଆର୍ ଟେଷ୍ଟ କରାଇପାରିବେ। ଏନେଇ ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ର ସୂଚନା ଦେଇଛନ୍ତି।

ପୂର୍ବରୁ ରାଜ୍ୟରେ ଲୋକମାନେ ଘରୋଇ ହସ୍ପିଟାଲରେ ଆରଟି-ପିସିଆର୍ ଟେଷ୍ଟ କରିବାକୁ ୨୨ ଟଙ୍କା ଦେଉଥିଲେ। ହେଲେ ଏବେ ଏହାକୁ କମାଇ ଦିଆଯାଇଛି। ଏବେ ମାତ୍ର ୧୨ ଶହ ଟଙ୍କା ଦେଇ ଲୋକମାନେ ଘରୋଇ ହସ୍ପିଟାଲରେ କୋଭିଡ୍ ଆରଟି ପିସିଆର୍ ଟେଷ୍ଟ କରାଇପାରିବେ।BGUରାଜ୍ୟରେ ଏବେ ସଂକ୍ରମଣ ସଂଖ୍ୟା ବୃଦ୍ଧି ପାଉଛି। ଅନ୍ୟପଟେ ଲୋକମାନେ ମଧ୍ୟ ସରକାରଙ୍କ ତରଫରୁ ହେଉଥିବା ଟେଷ୍ଟ ନକରାଇ ପ୍ରାଇଭେଟ ହସ୍ପିଟାଲରେ ଟେଷ୍ଟ କରାଉଛନ୍ତି। ତେଣୁ ଲୋକଙ୍କ ହିତକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଏଭଳି ନିଷ୍ପତ୍ତି ନେଇଛନ୍ତି।

Comment