ଓଡ଼ିଶାଲାଇଭ୍‌ ବ୍ୟୁରୋ

ଲଗାଣ ବର୍ଷା ଫଳରେ ସୃଷ୍ଟି ହୋଇଥିବା ବନ୍ୟା ଯୋଗୁଁ ଯାଜପୁର ଜିଲ୍ଲା ବିଶେଷଭାବେ କ୍ଷତିଗ୍ରସ୍ତ ହୋଇଛି। ଜିଲ୍ଲାରେ ପ୍ରବାହିତ ହେଉଥିବା ବ୍ରାହ୍ମଣୀ, ବୈତରଣୀ ଓ ଖରସ୍ରୋତା ନଦୀର ଜଳସ୍ତର ବିପଦ ସଙ୍କେତ ଉପରେ ରହିଛି।

ଫଳରେ ଜିଲ୍ଲାର ୬ଟି ବ୍ଲକ ଯଥା ବରି, ବିଞ୍ଝାରପୁର, ରସୁଲପୁର, ଯାଜପୁର, ସୁକିନ୍ଦା ଓ କୋରେଇ ସବୁଠୁ ଅଧିକ ପ୍ରଭାବିତ ହୋଇଛି। ଜିଲ୍ଲାର ବିଭିନ୍ନ ସ୍ଥାନରେ ପ୍ରାୟ ୨୬ ଟି ଘାଇ ସୃଷ୍ଟି ହୋଇ ଥିବା ସୂଚନା ମିଳିଛି।BGU

ଜିଲ୍ଲାର୧୨୫ଟି ଗ୍ରାମ ପଞ୍ଚାୟତର ୫୫୦ ଗାଁର ୪ ଲକ୍ଷ ୫୦ ହଜାର ଲୋକ ବନ୍ୟା ଦ୍ୱାରା ପ୍ରଭାବିତ ହୋଇଛନ୍ତି। ଶତାଧିକ ଗାଁ ପାଣିଘେରରେ ରହିଛି। ଏକର ଏକର ଚାଷ  ଜମି ବନ୍ୟା ଜଳରେ ବୁଡ଼ିଯାଇଛି।

ତେବେ ୨୫ ହଜାର ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଥିବା ସୂଚନା ମିଳିଛି। ପ୍ରଶାସନ ପକ୍ଷରୁ ୧୨୭ଟି ଅସ୍ଥାୟୀ ଶିବିରି ବନ୍ୟା ପ୍ରଭାବିତଙ୍କୁ ରନ୍ଧା ଖାଦ୍ୟ ଯୋଗାଇ ଦିଆଯାଉଛି। ଅନ୍ୟପକ୍ଷରେ ଜିଲ୍ଲାରେ ବନ୍ୟା ସ୍ଥିତି ନେଇ ବିଭିନ୍ନ ବନ୍ୟା ଅଞ୍ଚଳ ପରିଦର୍ଶନ କରିଛନ୍ତି ଜିଲ୍ଲାପାଳ।

Comment