ଓଡ଼ିଶାଲାଇଭ୍ ବ୍ୟୁରୋ

ଜଗତସିଂହପୁରରେ ପ୍ରବାହିତ ବିଭିନ୍ନ ଶାଖା ନଦୀରେ ଭୟଙ୍କର ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ବର୍ତ୍ତମାନ ଜିଲ୍ଲାର ଦଳେଇ ଘାଇଠାରେ ଦେବୀ ନଦୀର ଜଳସ୍ତର ବିପଦ ସଙ୍କେତ ଉପରେ ବହୁଛି।

ଦଳେଇ ଘାଇରେ ବିପଦ ସଙ୍କେତ ୫୭ ଫୁଟ ଥିବା ବେଳେ ଏବେ ୫୭.୧୦ ଫୁଟ ଉପରେ ବନ୍ୟାଜଳ ପ୍ରବାହିତ ହେଉଛି। ସେହିପରି ମାଛଗାଁରେ ମଧ୍ୟ ଦେବୀ ନଦୀର ଜଳ ବିପଦ ସଙ୍କେତ ଉପରେ ବହୁଛି। ମାଛଗାଁରେ ଦେବୀ ନଦୀର ବିପଦ ସଙ୍କେତ ୧୩ ଫୁଟ ଥିବା ବେଳେ ଏବେ ଏଠାରେ ୧୪.୪୦ ଫୁଟର ଜଳ ପ୍ରବାହିତ ହେଉଛି।BGUବର୍ତ୍ତମାନ ସୁଦ୍ଧା ହୀରାକୁଦର ୪୬ଟି ଗେଟ୍ ଦେଇ ବନ୍ୟାଜଳ ନିଷ୍କାସନ ହେଉଛି। ହୀରାକୁଦ ଜଳଭଣ୍ଡାରର ଜଳଧାରଣ କ୍ଷମତା ୬୩୦ ଫୁଟ ଥିବା ବେଳେ ଏବେ ଜଳ ପତ୍ତନ ୬୨୮ ଫୁଟ ରହିଛି।

Comment