ଓଡ଼ିଶାଲାଇଭ୍‌ ବ୍ୟୁରୋJALAKA FLOOD

୨ ଦିନ ହେଲା ପାଗ ଶୁଖିଲା ଥିବାରୁ ବୈତରଣୀ ଓ ବ୍ରାହ୍ମଣୀ ନଦୀରେ ଜଳସ୍ତର କମିଛି। ରବିବାର ଟୁଇଟ କରି ସ୍ୱତନ୍ତ୍ର ରିଲିଫ୍‌ କମିସନର ଏହି ସୂଚନା ଦେଇଛନ୍ତି।

ବୈତରଣୀ ଓ ବ୍ରାହ୍ମଣୀ ନଦୀରେ ବନ୍ୟା ଆସିବା ଫଳରେ ଯାଜପୁର ଜିଲ୍ଲାର ପ୍ରାୟ ୯ଟି ବ୍ଲକ ବନ୍ୟା ଦ୍ୱାରା ପ୍ରଭାବିତ ହୋଇଛନ୍ତି। ଏବେ ବନ୍ୟା ପ୍ରଭାବିତ ସମସ୍ତ ବ୍ଲକରେ ରିଲିଫ କାର୍ଯ୍ୟ ଆରମ୍ଭ ହୋଇଥିବା ଏସ୍‌ଆରସି କହିଛନ୍ତି।BGU

ଏହି ବନ୍ୟାରେ ଯାଜପୁର ଜିଲ୍ଲା ବରୀ ବ୍ଲକ୍‌ ସବୁଠୁ ଅଧିକ କ୍ଷତିଗ୍ରସ୍ତ ହୋଇଛି। ତେଣୁ ବରୀକୁ ସ୍ୱତନ୍ତ୍ର ଧ୍ୟାନ ଦିଆଯାଇଛି। ଏଥିରେ ଉଦ୍ଧାର କାର୍ଯ୍ୟ ଓ ରିଲିଫ ପାଇଁ ୧୭ ଜଣ ଅଧିକାରୀ ଥିବା କହିଛନ୍ତି ଏସ୍‌ଆରସି।

Comment