ଓଡ଼ିଶାଲାଇଭ୍ ବ୍ୟୁରୋ

କରୋନା ଆକ୍ରାନ୍ତ ହୋଇଥିବା ଭୟରେ ବେକରେ ରଶି ଦେଇ ଆତ୍ମହତ୍ୟା କଲେ ଅଧ୍ୟାପକ। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ବଲାଙ୍ଗିର ଜିଲ୍ଲାରେ। ମୃତକ ଜଣଙ୍କ ହେଉଛନ୍ତି ସ୍ଥାନୀୟ ରାଜେନ୍ଦ୍ର କଲେଜର ଅଧ୍ୟାପକ ପ୍ରକାଶ ଚନ୍ଦ୍ର ସାହୁ।

ରାଜେନ୍ଦ୍ର କଲେଜର ଓଡ଼ିଆ ବିଭାଗର ଅଧ୍ୟାପକ ଥିଲେ ପ୍ରକାଶ ଚନ୍ଦ୍ର ସାହୁ। ବଲାଙ୍ଗିର ଏକ ଭଡ଼ା ଘରେ ପରିବାରକୁ ନେଇ ସେ ରହୁଥିଲେ। ପ୍ରକାଶ ଜଣେ ଡାଇବେଟିକ୍ ରୋଗୀ। ପ୍ରାୟ ତିନିଦିନ ହେବ ତାଙ୍କୁ ଥଣ୍ଡାଜ୍ଵର ହୋଇଥିଲା।

ମାତ୍ର କରୋନା ହୋଇଥିବା ଆଶଙ୍କା କରି ଗତ ରବିବାର ରାତିରେ ଘର ଲୋକଙ୍କଠାରୁ ଅଲଗାହୋଇ ଅନ୍ୟ ଏକ ରୁମ୍‌ରେ ଶୋଇଥିଲେ ପ୍ରଶାନ୍ତ। ପରିବାର ଅନ୍ୟ ସଦସ୍ୟ କାଳେ ତାଙ୍କପାଇଁ କରୋନାରେ ସଂକ୍ରମିତ ହେବେ ଆଶଙ୍କାକରି ବେକରେ ରଶି ଲଗାଇ ଆତ୍ମହତ୍ୟା କରିଥିଲେ ପ୍ରଶାନ୍ତ।BGUସକାଳୁ ସକାଳୁ ଘଟଣା ବିଷୟରେ ଜାଣି ପୋଲିସକୁ ଖବର ଦେଇଥିଲେ ଘର ମାଲିକ ଡାକ୍ଟର ଅଶୋକ ସେଠୀ। ପୋଲିସ ତାଙ୍କ ମରଶରୀରକୁ ବ୍ୟବଚ୍ଛେଦ ପାଇଁ ପଠାଇବା ସହ ତଦନ୍ତ ଆରମ୍ଭ କରିଛି। ଅନ୍ୟପଟେ ଘରମାନିକ କହିଛନ୍ତି ଯେ, ସେ ପ୍ରଶାନ୍ତଙ୍କୁ କୋଭିଡ ପରୀକ୍ଷା କରାଇନେବା ପାଇଁ ପରାମର୍ଶ ଦେଇଥିଲେ। କିନ୍ତୁ ପଜିଟିଭ ବାହାରିବା ଆଶଙ୍କା କରି ପ୍ରଶାନ୍ତ ଟେଷ୍ଟ କରାଇନଥିଲେ ବରଂ ଆତ୍ମହତ୍ୟାର ବାଟ ବାଛି ନେଇଥିଲେ।

 

Comment