ଓଡ଼ିଶାଲାଇଭ୍ ବ୍ୟୁରୋ

(କେନ୍ଦ୍ରାପଡ଼ାରୁ ନାରାୟଣ ସାହାଣୀ): ବସ୍ ଧକ୍କାରେ ଚାଲିଗଲା ସ୍କୁଟି ଚାଳକଙ୍କ ଜୀବନ। ଏପରି ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି ଚଣ୍ଡିଖୋଲ-ପାରାଦ୍ଵୀପ (କ) ନମ୍ବର ଜାତୀୟ ରାଜପଥର ହଳଦିଆ ଗଡ଼ା ନିକଟରେ। ଘଟଣାସ୍ଥଳରେ ହିଁ ଯୁବକ ଜଣଙ୍କର ମୃତ୍ୟୁ ହୋଇଛି। ମୃତକ ଜଣଙ୍କ ହେଉଛନ୍ତି ହଳଦିଆ ଗାଁ’ର ବିକାଶ ନାୟକ। ଘଟଣାପରେ ସ୍ଥାନୀୟ ଲୋକେ ଉତ୍ତ୍ୟକ୍ତ ହୋଇ ବସ୍‌ଟିକୁ ପୋଡ଼ିଦେଇଥିବା ସୂଚନା ମିଳିଛି। ତେବେ ଘଟଣାସ୍ଥଳରେ ମାର୍ଶାଘାଇ ପୋଲିସ୍ ପକ୍ଷରୁ ତଦନ୍ତ ଆରମ୍ଭ କରାଯାଇଛି।ବୁଧବାର ଚଣ୍ଡିଖୋଲପାରାଦ୍ଵୀପ ଜାତୀୟ ରାଜପଥ ଦେଇ ଲୋକନାଥ ନାମକ ବସ୍‌ କଲିକତାରୁ ପାରାଦ୍ଵୀପ ଅଭିମୁଖେ ଯାଉଥିଲା। ରାସ୍ତା ଜାମ୍ ଥିବାରୁ ବସ୍‌ଟି ରଙ୍ଗ୍ ରୁଟରେ ପ୍ରବେଶ କରିଥିଲା। ପରେ ହଳଦିଆ ଗଡ଼ା ନିକଟରେ ଏକ ସ୍କୁଟିକୁ ପଛପଟୁ ଧକ୍କା ଦେଇଥିଲା ବସ୍। ଘଟଣାସ୍ଥଳରେ ହିଁ ସ୍କୁଟି ଚାଳକଙ୍କର ମୃତ୍ୟୁ ହୋଇଥିଲା।ଦୁର୍ଘଟଣା ବିଷୟରେ ଖବର ପାଇ ସ୍ଥାନୀୟ ଲୋକେ ଘଟଣାସ୍ଥଳରେ ବସ୍‌ଟିକୁ ନିଆଁ ଲଗାଇ ଦେଇଥିଲେ। ଖବରପାଇ ମାର୍ଶାଘାଇ ଦମକଳ ବାହିନୀ ଘଠଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ କରିବା ପୂର୍ବରୁ ବସ୍‌ଟି ସଂପୂର୍ଣ୍ଣ ଜଳି ଯାଇଥିଲା। ତେବେ ବସ୍‌ର ସମସ୍ତ ଯାତ୍ରୀ ସୁରକ୍ଷିତ ଭାବେ ଓହ୍ଲାଇ ପଡ଼ିଥିବା ବେଳେ ଏଥିରେ ଲକ୍ଷ ଲକ୍ଷ ଟଙ୍କାର ବ୍ୟାବସାୟୀକ ସାମଗ୍ରୀ ପୋଡ଼ି ପାଉଁସ ହୋଇଯାଇଛି। ଘଟଣା ସ୍ଥଳରେ ମାର୍ଶାଘାଇ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛିBGUଯାଜପୁର ଜିଲ୍ଲା ଖଣି ଅଞ୍ଚଳରୁ ଦୈନିକ ହଜାର ହଜାର ଲୁହାପଥର ବୋଝେଇ ଟ୍ରକ ଏହି ରାସ୍ତା ଦେଇ ପାରାଦ୍ଵୀପ ବନ୍ଦରକୁ ଚାଲାଣ କରାଯାଏ ବନ୍ଦରରେ ଟ୍ରକ ଗୁଡ଼ିକରୁ ମାଲ୍ ଖଲାସ ହୋଇ ପାରୁନଥିବାରୁ ଏହି ରାସ୍ତାରେ ଦୈନିକ ହଜାର ହଜାର ଟ୍ରକ ଠିଆ ହୋଇ ରହି ରାସ୍ତାର ଗୋଟିଏ ପାଖକୁ ଜାମ୍ କରିଦେଉଛନ୍ତି ଫଳରେ ଏହି ପାର୍ଶ୍ଵ ଦେଇ ଅନ୍ୟ କୌଣସି ଗାଡ଼ି ଯାଇପାରୁନାହାନ୍ତି ଯେଉଁଥିପାଇଁ ଏହି ରାସ୍ତାରେ ଦୈନିକ ଛୋଟବଡ଼ ଦୁର୍ଘଟଣା ଘଟୁଛି ତେବେ ଜିଲ୍ଲା ପ୍ରଶାସନ ଏହି ସମସ୍ୟା ପ୍ରତି ଦୃଷ୍ଟି ନଦେଲେ ଜିଲ୍ଲାରେ ଏମିତି ଅନେକ ଜୀବନ ଅକାଳରେ ଚାଲିଯିବ ବୋଲି ସାଧାରଣ ଲୋକେ ମତ ପ୍ରକାଶ କରିଛନ୍ତି

Comment