ଓଡ଼ିଶାଲାଇଭ୍ ବ୍ୟୁରୋ
କେନ୍ଦ୍ର ସରକାରଙ୍କ ବଡ଼ ନିଷ୍ପତ୍ତି। ଏଣିକି କେନ୍ଦ୍ର ସରକାରଙ୍କ କୌଣସି ମନ୍ତ୍ରାଳୟ ଓ ବିଭାଗ ଦ୍ୱାରା ଛପା ହେବନି କ୍ୟାଲେଣ୍ଡର, ଡାଏରୀ ଏବଂ କୌଣସି ଗ୍ରୀଟିଙ୍ଗ୍ କାର୍ଡ। କେନ୍ଦ୍ର ଅର୍ଥ ମନ୍ତ୍ରାଳୟ ଏନେଇ ସବୁ ମନ୍ତ୍ରାଳୟ ପାଇଁ ନିର୍ଦ୍ଦେଶନାମା ଜାରି କରିଛି। ଏଣିକି ସବୁ କିଛି ଡିଜିଟାଲ ପଦ୍ଧତିରେ କରିବାକୁ ମନ୍ତ୍ରାଳୟ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ଏହି ନର୍ଦ୍ଦେଶନାମା ବହୁତ ଶୀଘ୍ର କାର୍ଯ୍ୟକାରୀ ହେବ ବୋଲି ଜଣାପଡ଼ିଛି।
ଯଦି କୌଣସି କ୍ୟାଲେଣ୍ଡର, ଡାଏରୀ ଏବଂ ଗ୍ରୀଟିଙ୍ଗ କାର୍ଡ ଆଗୁଆ ଛାପା ହୋଇଯାଇଛି ତେବେ ସେସବୁକୁ ଅନଲାଇନରେ ଉବଲବ୍ଧ କରିବାକୁ କୁହାଯାଇଛି।
Economy Instructions:
✅All calendars, diaries, schedulers & similar other materials will now be published digitally by Ministries/Departments/PSUs/PSBs
✅All organs of the govt to adopt innovative means to use digital or online methodsRead more➡️https://t.co/6Bno0x02xz pic.twitter.com/HqWlJnYZBS
— Ministry of Finance (@FinMinIndia) September 2, 2020
କରୋନା ସଙ୍କଟ ସମୟରେ ସରକାରଙ୍କ ଆୟ ବହୁତ ପ୍ରଭାବିତ ହୋଇଛି। ଜିଏସ୍ଟି ସଂଗ୍ରହରେ କ୍ରମାଗତ ହ୍ରାସ ଘଟିଛି ଯାହା କେନ୍ଦ୍ର ସରକାରଙ୍କ ରାଜସ୍ୱରେ ଗଭୀର ପ୍ରଭାବ ପକାଇଛି। ଏଭଳି ପରିସ୍ଥିତିରେ କେନ୍ଦ୍ର ସରକାର ଖର୍ଚ୍ଚ ବଞ୍ଚାଇବାକୁ ଏଭଳି ନିଷ୍ପତ୍ତି ନେଇଛନ୍ତି। ଏଥିସହିତର ଡିଜିଟାଲ ଇଣ୍ଡିଆକୁ ପ୍ରୋତ୍ସାହିତ କରିବା ପାଇଁ ଏହି ନିଷ୍ପତ୍ତି ନିଆଯାଇଛି। ଏହି କାରଣରୁ, ଡିଜିଟାଲ ଫର୍ମାଟରେ ଡାଏରୀ, ଗ୍ରିଟିଙ୍ଗ କାର୍ଡ, କଫି କ୍ୟାଲେଣ୍ଡର ପ୍ରସ୍ତୁତ କରିବାକୁ ଅର୍ଥ ମନ୍ତ୍ରାଳୟ ସମସ୍ତ ମନ୍ତ୍ରାଳୟ ଓ ସରକାରୀ ବିଭାଗକୁ ନିର୍ଦ୍ଦେଶ ଦେଇଛି।