ଓଡ଼ିଶାଲାଇଭ୍ ବ୍ୟୁରୋ
ଟାଇମ୍ସ ହାୟର ଏଜୁକେସନ୍ ୱାର୍ଲ୍ଡ ୟୁନିଭର୍ସିଟି ରାଙ୍କିଙ୍ଗ୍ -୨୦୨୧ରେ ସୋଆ ଡିମ୍ଡ ବିଶ୍ୱବିଦ୍ୟାଳୟ ଲଗାତାର ଦ୍ୱିତୀୟ ଥର ପାଇଁ ୧୦୦୧ ପ୍ଲସ୍ କାଟେଗୋରୀରେ ସ୍ଥାନ ପାଇଛି। ଉଚ୍ଚଶିକ୍ଷା କ୍ଷେତ୍ରରେ ୫ଟି ବିସ୍ତୃତ ଦିଗ ଯଥା- ଶିକ୍ଷା ପ୍ରଦାନ (ଶୈକ୍ଷିକ ବାତାବରଣ), ଗବେଷଣା (ଆୟତନ, ଆୟ ଏବଂ ପ୍ରତିଷ୍ଠା), ସନ୍ଦର୍ଭ (ଗବେଷଣା ପ୍ରଭାବ), ଶିଳ୍ପ ଆୟ (ଜ୍ଞାନ ସ୍ଥାନାନ୍ତରଣ) ଏବଂ ଅନ୍ତର୍ଜାତିକ ଦୃଷ୍ଟିକୋଣ (ଅନ୍ତର୍ଜାତିକ କର୍ମଚାରୀ, ଛାତ୍ରଛାତ୍ରୀ ଏବଂ ଗବେଷଣା ସହଭାଗିତା)କୁ ନେଇ ଏହି ରାଙ୍କିଙ୍ଗ୍ ପ୍ରସ୍ତୁତ କରାଯାଇଥିଲା। ୨୦୨୦ ମସିହାରେ ମଧ୍ୟ ସୋଆ ଦି ୱାର୍ଲ୍ଡ ୟୁନିଭର୍ସିଟି ରାଙ୍କିଙ୍ଗ୍ରେ ୧୦୦୧ ପ୍ଲସ୍ କାଟେଗୋରୀରେ ସ୍ଥାନ ପାଇଥିଲା।
ସୋଆ ଅଧୀନରେ ୯ଟି ଶିକ୍ଷାନୁଷ୍ଠାନ ପରିଚାଳିତ ହେଉଥିବା ବେଳେ ଚଳିତବର୍ଷ ୨୦୨୦ ପାଇଁ ନ୍ୟାସ୍ନାଲ୍ ଇନ୍ଷ୍ଟିଚ୍ୟୁସ୍ନାଲ୍ ରାଙ୍କିଙ୍ଗ୍ ଫ୍ରେମ୍ ୱାର୍କ (ଏନ୍ଆଇଆର୍ଏଫ୍) ରାଙ୍କିଙ୍ଗ୍ରେ ବିଶ୍ୱବିଦ୍ୟାଳୟ କାଟେଗୋରୀରେ ଏହା ୨୦ ତମ ସ୍ଥାନ ହାସଲ କରିଛି।
ସେହିପରି ସୋଆର ଫ୍ୟାକଲ୍ଟି ଅଫ୍ ମେଡିକାଲ୍ ସାଇନ୍ସେସ୍, ଇନ୍ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍ସେସ୍ ଆଣ୍ଡ ସମ୍ ହସ୍ପିଟାଲ, ଦେଶରେ ୨୩ତମ ସ୍ଥାନ ହାସଲ କରିଥିବା ବେଳେ ବିଶ୍ୱବିଦ୍ୟାଳୟ ଫ୍ୟାକଲ୍ଟି ଅଫ୍ ଇଞ୍ଜିନିୟରିଂ ଆଣ୍ଡ ଟେକ୍ନୋଲେଜି, ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନିକାଲ୍ ଏଡୁକେସନ୍ ଆଣ୍ଡ ରିସର୍ଚ୍ଚ ୩୪ ତମ ସ୍ଥାନ ହାସଲ କରିଛି।
ସେହିପରି ପ୍ରଥମ ଥର ପାଇଁ ଏନ୍ଆଇଆର୍ଏଫ୍ ରାଙ୍କିଙ୍ଗ୍ରେ ସାମିଲ ହୋଇଥିବା ସୋଆର ଫ୍ୟାକଲ୍ଟି ଅଫ୍ ଡେଣ୍ଟାଲ ସାଇନ୍ସେସ୍, ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଡେଣ୍ଟାଲ ସାଇନ୍ସେସ୍, ଦେଶରେ ୧୨ତମ ସ୍ଥାନ ହାସଲ କରିଛି।


















