ଓଡ଼ିଶାଲାଇଭ୍ ବ୍ୟୁରୋ

କରୋନା ଟିକାକୁ ନେଇ ବିବୃତ୍ତି ଜାରି କଲା ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ।

କରୋନା ଟିକାକୁ ନେଇ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ପୁଣି ଏକ ଚିନ୍ତାଜନକ ବିବୃତ୍ତି ଜାରି କରିଛି। ୨୦୨୧ ମସିହା ମଧ୍ୟଭାଗ ପର୍ଯ୍ୟନ୍ତ ଆମେମାନେ କରୋନା ଟିକା ନେଇ ଆଶାବାଦୀ ହେବା ଉଚିତ୍ ନୁହେଁ ବୋଲି ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ପକ୍ଷରୁ କୁହାଯାଇଛି। ଯାହା ଏବେ ବିଶ୍ୱବାସୀଙ୍କୁ ଚିନ୍ତାରେ ପକାଇଦେଇଛି।

ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନର ମୁଖପାତ୍ର ଡକ୍ଟର ମାରଗ୍ରେଟ୍ ହାରିସଙ୍କ କହିବା ମୁତାବକ, ଦୁନିଆର ସମସ୍ତ ଦେଶ ଏବେ କରୋନା ଟିକା ବାହାର କରିବାରେ ବ୍ୟସ୍ତ ଅଛନ୍ତି। ଏହା ନୈଦାନିକ ପରୀକ୍ଷଣ ମଧ୍ୟ ଚାଲିଛି। ହେଲେ ଯେଉଁ ଟିକା ଏପର୍ଯ୍ୟନ୍ତ ବିକଶିତ ହୋଇଛି ତାହା ୫୦ ପ୍ରତିଶତରୁ ବି କମ୍ କ୍ଷମତା ସମ୍ପନ୍ନ। ଅର୍ଥାତ ଏହା ୫୦ ପ୍ରତିଶତ ରୋଗ ଭଲ କରିବାରେ ସକ୍ଷମ ଅଟେ।

ସେହଭଳି ସେ ଆହୁରି ମଧ୍ୟ କହିଛନ୍ତି ଯେ, ରୁଷ ମାତ୍ର ଦୁଇ ମାସ ଭିତରେ ଟିକାକୁ ପରୀକ୍ଷଣ କରିବ ପ୍ରସ୍ତୁତ କରିଦେଇଥିଲା। ହେଲେ ଏହାକୁ ବିଶ୍ୱର ବିଭିନ୍ନ ସ୍ଥାନରେ ବୈଜ୍ଞାନିକମାନେ ନିନ୍ଦା କରିବା ସହିତ ଅନେକ ଅଭିଯୋଗ ଆଣିଥିଲେ। ସେହିପରି ମାରଗ୍ରେଟ୍ ଆମେରିକାର ସିଡିସି କଥା ବି ଉଠାଇଛନ୍ତି।BGUବର୍ତ୍ତମାନ ଏଭଳି ଟିକାର ଉଦ୍ଭାବନ ହେବା ଉଚିତ୍ ଯାହା ଶତ ପ୍ରତିଶତ କରୋନାକୁ ନାଶ କରିପାରୁଥିବ। ଯେଉଁଥିପାଇଁ ଆମକୁ ଆହୁରି ସମୟ ଲାଗିପାରେ। ତେଣୁ କରୋନାକୁ ସମ୍ପୂର୍ଣ୍ଣ ସୁସ୍ଥ କରିପାରୁଥିବା ଟିକା ପାଇବା ପାଇଁ ୨୦୨୧ ମସିହା ମଧ୍ୟଭାଗ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡ଼ିବ ବୋଲି ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ପକ୍ଷରୁ କୁହାଯାଇଛି।

Comment