ଓଡ଼ିଶାଲାଇଭ୍‌ ବ୍ୟୁରୋ

ରାଜ୍ୟର ସମସ୍ତ ୩୦ ଜିଲ୍ଲାରୁ ଆଜି ଆଉ ୩୭୪୮ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆଜି ପଜିଟିଭଙ୍କ ମଧ୍ୟରୁ ୨୨୧୦ କ୍ୱାରେଣ୍ଟାଇନ ସେଣ୍ଟରରୁ, ୧୫୩୮ ଲୋକାଲ କେସ୍ ରହିଛି।

ଆଜି ମଧ୍ୟ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୬୧୫ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। କଟକରୁ ୩୯୨, ପୁରୀରୁ ୩୮୭, ବଲାଙ୍ଗିର ୨୬୩, ସୁନ୍ଦରଗଡ଼ ୧୫୭, ଯାଜପୁରରୁ ୧୪୦, ସୋନପୁରରୁ ୧୨୪, ନବରଙ୍ଗପୁରରୁ ୧୨୧, କେନ୍ଦ୍ରାପଡ଼ାରରୁ ୨୧୬, ବାଲେଶ୍ୱରରୁ ୧୦୩, କୋରାପୁଟରୁ ୯୭, ଜଗତସିଂପୁରରୁ ୯୪, ବରଗଡ଼ରୁ ୯୨, କନ୍ଧମାଳୁ ୮୫, ରାୟଗଡ଼ାରୁ ୮୨ ଜଣ ଚିହ୍ନଟ ହୋଇଛନ୍ତି।
BGU

ସେହିପରି ଝାରସୁଗୁଡ଼ାରୁ ୭୦, ଗଞ୍ଜାମରୁ ୭୧, ନୟାଗଡ଼ରୁ ୬୯,  ଢେଙ୍କାନାଳରୁ ୬୫, କେନ୍ଦୁଝରରରୁ ୬୩, ବୌଦ୍ଧରୁ ୫୮, ଭଦ୍ରକରୁ ୪୬, କଳାହାଣ୍ଡିରୁ ୩୮, ଗଜପତିରୁ ୩୩, ଦେବଗଡ଼ରୁ ୨୪, ମାଲକାନଗିରିରୁ ୨୧, ମୟୂରଭଞ୍ଜରୁ ୩ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ଆଜିର ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧ ଲକ୍ଷ, ୩୫ ହଜାର ୧୩୦କୁ ବୃଦ୍ଧି ଘଟିଛି। ସେହିପରି କରୋନାରୁ ସୁସ୍ଥ ହୋଇଛନ୍ତି ୧,୦୨, ୧୮୫, ୩୯୮। ଆକ୍ଟିଭ କେସ୍‌ ୩୨, ୩୧୨ ରହିଛି।

Comment