ଓଡ଼ିଶାଲାଇଭ୍ ବ୍ୟୁରୋ

ସେପ୍ଟେମ୍ବର ୧୯ ତାରିଖରୁ ବିଶ୍ୱର ସବୁଠୁ ବ୍ୟୟବହୁଳ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ଆଇପିଏଲ୍ ଆରମ୍ଭ ହେବାକୁ ଯାଉଛି। ଏଥିପାଇଁ ୮ଟି ଯାକ ଦଳ ୟୁଏଇରେ ପହଞ୍ଚି ଅଭ୍ୟାସ ଆରମ୍ଭ କରିଦେଇଛି।

BGUଟିମମାନେ କଡ଼ା ସୁରକ୍ଷା ଭିତରେ ଚଳିତ ଥର ୟୁଏଇରେ ପହଞ୍ଚିଥିଲେ। ଏହାପରେ ସେମାନଙ୍କୁ କ୍ୱାରେଣ୍ଟାଇନରେ ରହିବାକୁ ପଡ଼ିଥିଲା। କ୍ୱାରେଣ୍ଟାଇନ୍ ସମୟ ଶେଷ କରିବା ପରେ ଖେଳାଳିମାନଙ୍କୁ ପଡ଼ିଆରେ ଅଭ୍ୟାସ କରିବାକୁ ସୁଯୋଗ ଦିଆଯାଇଛି।

ଅନ୍ୟପଟେ କିଛି ଦିନ ତଳେ ଆଇପିଏଲ ଖେଳସୂଚୀ ମଧ୍ୟ ଘୋଷଣା ହୋଇଯାଇଛି। ପ୍ରଥମ ଦିନ ମୁମ୍ବାଇ ଚେନ୍ନାଇ ମଧ୍ୟରେ ମ୍ୟାଚ୍ ରହିବା ସହିତ ଏହି ଟୁର୍ଣ୍ଣାମେଣ୍ଟ ଆରମ୍ଭ ହେବ। ଏହାପରେ ୪୬ ଦିନ ମଧ୍ୟରେ ମୋଟ ୫୬ଟି ଲିଗ୍ ମ୍ୟାଚ୍ ଖେଳାଯିବ। ଏଥିପାଇଁ ପୂରା ସୂଚୀ ପ୍ରକାଶ ପାଇସାରିଛି। ଏହାପରେ ପ୍ଲେଅଫ୍ ଖେଳାଯିବା ସହିତ ନଭେମ୍ବର ୧୦ରେ ଫାଇନାଲ୍ ମ୍ୟାଚ୍ ଖେଳାଯିବ।

ଜାଣନ୍ତୁ, କେଉଁ ଦିନ କାହାର ମ୍ୟାଚ୍ –  କ୍ଲିକ୍ କରନ୍ତୁ

 

Comment