ଓଡ଼ିଶାଲାଇଭ୍ ବ୍ୟୁରୋ

ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କ କ୍ରିକେଟ କ୍ୟାରିୟର ବିଷୟରେ ଆପଣମାନେ ଅଳ୍ପ ବହୁତେ କିଛି ନା କିଛି ନିଶ୍ଚୟ ଜାଣିଥିବେ। ହେଲେ ଆଜି ଆମେ ଆପଣଙ୍କୁ ସେହି ମାଷ୍ଟର ବ୍ଲାଷ୍ଟରଙ୍କ ‘ଲଭ୍ ଷ୍ଟୋରି’ ବିଷୟରେ ଜଣାଇବୁ।

କିଭଳି ଭାବେ ଅଞ୍ଜଳି ଆଉ ସଚିନ ଭେଟାଭେଟି ହେଲେ ଓ ସେମାନଙ୍କ ଭିତରେ ପ୍ରେମ ସୃଷ୍ଟି ହେଲା ତା’ ଆଜି ବି ବହୁତ ଲୋକଙ୍କୁ ଜଣାନଥିବ। ଏପରିକି ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକର ତାଙ୍କଠାରୁ ୬ ବର୍ଷ ବଡ଼ ଅଞ୍ଜଳିଙ୍କୁ ପ୍ରେମ ବିବାହ କରିଛନ୍ତି ବୋଲି ଅନେକ ଲୋକ ଜାଣିନାହାନ୍ତି।ସଚିନ, ଅଞ୍ଜଳିଙ୍କ ପ୍ରଥମ ଦେଖା

ସଚିନ ଓ ଅଞ୍ଜଳିଙ୍କ ପ୍ରଥମ ଦେଖାସାକ୍ଷାତ ମୁମ୍ବାଇ ଅନ୍ତର୍ଜାତୀୟ ବିମାନବନ୍ଦରରେ ହୋଇଥିଲା। ୧୯୯୦ ମସିହାରେ ସଚିନ ନିଜର ପ୍ରଥମ ଅନ୍ତର୍ଜାତୀୟ ଗସ୍ତ ଶେଷ କରି ମୁମ୍ବାଇ ଫେରୁଥିଲେ। ଅନ୍ୟପଟେ ଅଞ୍ଜଳି ନିଜ ମା’ଙ୍କୁ ଆଣିବାକୁ ଏୟାରପୋର୍ଟ ଯାଇଥିଲେ।

ସେ ସମୟରେ ଅଞ୍ଜଳିଙ୍କ ଜଣେ ବାନ୍ଧବୀ ତାଙ୍କୁ ସଚିନଙ୍କ ବିଷୟରେ କହିଥିଲା। ଏହାପରେ ଅଞ୍ଜଳି ସଚିନଙ୍କୁ ଦେଖି ଚିଲାଇବାକୁ ଲାଗିଲେ। ଏହା ଦେଖି ସଚିନ ମଧ୍ୟ ହସିଦେଇ ଚାଲିଯାଇଥିଲା। ବାସ୍ ଏମିତି କିଛି ଥିଲା ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକର ଓ ଅଞ୍ଜଳିଙ୍କ ଭିତରେ ପ୍ରଥମ ଦେଖା।

ଏହାପରେ ଦୁହେଁ ନିଜର ଜଣେ ବନ୍ଧୁଙ୍କ ମାଧ୍ୟମରେ ଭେଟାଭେଟି ହୋଇଥିଲେ। ଯେଉଁଠୁ ତାଙ୍କର ପ୍ରେମ କାହାଣୀ ଆରମ୍ଭ ହୋଇଥିଲା। ଏହାପରେ ସେ ଲଗାତାର ଭାବେ ପରସ୍ପରକୁ ଭେଟିବା ସହ ସମୟ ବିତାଇବା ଆରମ୍ଭ କରିଦେଇଥିଲେ। ସଚିନ କ୍ରିକେଟରେ ନାଁ କରିବା ସହିତ ଅଞ୍ଜଳି ମଧ୍ୟ ଡାକ୍ତର ହୋଇସାରିଥିଲେ।

ନ୍ୟୁଜିଲାଣ୍ଡରେ ନେଲେ ନିର୍ବନ୍ଧ ନିଷ୍ପତ୍ତି

ସଚିନଙ୍କ ବାୟୋଗ୍ରାଫି ‘ପ୍ଲେଇଙ୍ଗ୍ ଇଟ୍ ମାଇ ୱେ’ର ଲଞ୍ଚିଙ୍ଗ୍ ସମୟରେ ଅଞ୍ଜଳି କହିଥିଲେ ଯେ, ନ୍ୟୁଜିଲାଣ୍ଡରେ ଥରେ ସେ ସଚିନଙ୍କୁ ଭେଟିବାକୁ ରାତିରେ ଚାଲିଯାଇଥିଲେ। ଯେଉଁଠି ସଚିନଙ୍କୁ ଭେଟିବା ପରେ ଦୁହେଁ ନିର୍ବନ୍ଧ କରିନେବାକୁ ନିଷ୍ପତ୍ତି ନେଇଥିଲେ।

ଏହାପରେ ୧୯୯୫ ମସିହା ମେ ୨୪ ତାରିଖରେ ଦୁହେଁ ବିବାହ କରିନେଇଥିଲେ। ବିବାହ ସମୟରେ ସଚିନଙ୍କୁ ମାତ୍ର ୨୨ ବର୍ଷ ହୋଇଥିବାବେଳେ ଅଞ୍ଜଳିଙ୍କୁ ୨୮ ବର୍ଷ ହୋଇଥିଲା। ନିଜଠାରୁ ୬ ବର୍ଷ ବଡ଼ ଜଣେ ଝିଅକୁ ସଚିନ ନିଜ ଜୀବନସାଥି ରୂପେ ବାଛିଥିଲେ।

Comment