ଓଡ଼ିଶାଲାଇଭ୍ ବ୍ୟୁରୋ

ରାଜ୍ୟସଭାରେ ଉପାଧ୍ୟକ୍ଷ ନିର୍ବାଚନରେ ଏନଡିଏ ପ୍ରାର୍ଥୀ ହରିବଂଶ ନାରାୟଣ ସିଂହଙ୍କୁ ସମର୍ଥନ ଦେବ ବିଜେଡି। ଏନେଇ ସୋମବାର ଦଳର ସଭାପତି ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି।

ଆଜିଠୁ କରୋନା କଟକଣା ଭିତରେ ସଂସଦର ମୌସୁମୀ ଅଧିବେଶନ ଆରମ୍ଭ ହୋଇଛି। ଯାହାର ପ୍ରଥମ ଦିନରେ ରାଜ୍ୟସଭା ଉପାଧ୍ୟକ୍ଷ ପଦ ପାଇଁ ନିର୍ବାଚନ ହେବ। ଏହି ପଦ ପାଇଁ ଏନଡିଏ ହରିବଂଶ ନାରାୟଣ ସିଂହଙ୍କୁ ପ୍ରାର୍ଥୀ କରିଥିବାବେଳେ ବିରୋଧୀମାନେ ମନୋଜ ଝାଙ୍କୁ ପ୍ରାର୍ଥୀ କରିଛନ୍ତି।

BGUଏନଡିଏ ପାଖରେ ଏବେ ରାଜ୍ୟସଭାରେ ୧୧୭ ସାଂସଦଙ୍କ ସମର୍ଥନ ରହିଛି। ତେଣୁ ବିଜେଡିର ସମର୍ଥନ ଘୋଷଣା ପରେ ହରିବଂଶ ପୁଣିଥରେ ରାଜ୍ୟସଭା ଉପାଧ୍ୟକ୍ଷ ହେବା ଏକ ପ୍ରକାର ନିଶ୍ଚିତ ହୋଇଯାଇଛି।

ଏହାକୁ ନେଇ ବିଜେଡି ରାଜ୍ୟସଭା ସଂସଦୀୟ ଦଳର ନେତା ପ୍ରସନ୍ନ ଆଚାର୍ଯ୍ୟ କହିଛନ୍ତି ଯେ, ବିଜେଡି ଦଳ ପ୍ରସଙ୍ଗକୁ ଭିତ୍ତିକରି ନିଜର ନିଷ୍ପତ୍ତି ଗ୍ରହଣ କରିଥାଏ। ଦଳର ସଭାପତି ମଧ୍ୟ ଏନେଇ ବିହାର ମୁଖ୍ୟମନ୍ତ୍ରୀଙ୍କ ସହ କଥା ହୋଇଛନ୍ତି। ତେଣୁ ସେମାନେ ଏଥର ଉପାଧ୍ୟକ୍ଷ ନିର୍ବାଚନରେ ଏନଡିଏ ପ୍ରାର୍ଥୀଙ୍କୁ ସମର୍ଥନ ଦେବେ।

Comment