ଓଡ଼ିଶାଲାଇଭ୍ ବ୍ୟୁରୋ
ଆଇପିଏଲର ଚଳିତ ସିଜିନରେ ଚେନ୍ନାଇ ଦଳ ବ୍ୟାଟିଂକୁ ନେଇ ଅନେକ ଆଲୋଚନା ଚାଲିଛି। ଦଳ ଗତ ଦୁଇଟି ମ୍ୟାଚରେ ଦଳ ପରାଜୟ ଭୋଗିବା ପରେ ଦଳକୁ ଷ୍ଟାର ବ୍ୟାଟ୍ସମ୍ୟାନ୍ ସୁରେଶ ରାଇନା ଫେରୁଛନ୍ତି ବୋଲି ଚର୍ଚ୍ଚା ହେଉଛି। ହେଲେ ଏହି ଚର୍ଚ୍ଚାରେ ପୂର୍ଣ୍ଣଚ୍ଛେଦ ପକାଇଛନ୍ତି ଟିମର ସିଇଓ କାଶି ବିଶ୍ୱନାଥନ୍।
ସେ କହିଛନ୍ତି ଯେ, ଚଳିତ ସିଜିନରେ ରାଇନା ଦଳ ସହ ରହିବେ ନାହିଁ। ସେ ଆଇପିଏଲକୁ ଫେରିବା ନେଇ ଯେଉଁ ଚର୍ଚ୍ଚା ହେଉଛି ତାହା ସମ୍ପୂର୍ଣ୍ଣ ଭୁଲ।
କରୋନା କଟକଣା ପାଇଁ ଚଳିତ ବର୍ଷ ଭାରତ ବଦଳରେ ୟୁଏଇରେ ଆଇପିଏଲ୍ ଟୁର୍ଣ୍ଣାମେଣ୍ଟ ଖେଳାଯାଉଛି। ରାଇନା ମଧ୍ୟ ଚଳିତ ଥର ଆଇପିଏଲ୍ ଖେଳିବାକୁ ୟୁଏଇ ଯାଇଥିଲେ। ହେଲେ ଟୁର୍ଣ୍ଣାମେଣ୍ଟ ଆରମ୍ଭ ହେବା ପୂର୍ବରୁ ସେ ବ୍ୟକ୍ତିଗତ କାରଣ ଦର୍ଶାଇ ଆଇପିଏଲରୁ ଓହରି ଯାଇଥିଲେ।
ଏହାର କିଛି ଦିନ ପରେ ଏବେ ସେ ପୁଣି ଆଇପିଏଲକୁ ଫେରିବେ। ତାଙ୍କ ଉପସ୍ଥିତିରେ ଦଳର ବ୍ୟାଟିଂ ଲାଇନ୍ ଅପ୍ ପୁଣି ମଜଭୁତ୍ ହେବ ବୋଲି ସୋସିଆଲ୍ ମିଡିଆରେ ଚର୍ଚ୍ଚା ହେଉଛି। ହେଲେ ସୁରେଶ ରାଇନା ଚଳିତ ଥର ଆଇପିଏଲକୁ ଫେରିବେ ନାହିଁ ବୋଲି ଦଳ ପକ୍ଷରୁ କୁହାଯାଇଛି।


















