ଓଡ଼ିଶାଲାଇଭ୍ ବ୍ୟୁରୋ

ବଲିଉଡ୍ ନିର୍ଦ୍ଦେଶକ ଅନୁରାଗ କଶ୍ୟପଙ୍କୁ ପଚରାଉଚୁରା ପାଇଁ ଖୁବଶୀଘ୍ର ସମନ ଜାରି କରିପାରେ ମୁମ୍ବାଇ ପୋଲିସ୍। ତାଙ୍କ ଉପରେ ଜଣେ ଅଭିନେତ୍ରୀଙ୍କୁ ଦୁଷ୍କର୍ମ ଓ ଖରାପ ବ୍ୟବହାର ପ୍ରଦର୍ଶନ କରିବା ନେଇ ଅଭିଯୋଗ ରହିଛି। ଏହି ମାମଲାରେ ପଚରାଉଚୁରା କରିବା ପାଇଁ ମୁମ୍ବାଇ ପୋଲିସ୍ ଅନୁରାଗଙ୍କୁ ସମନ ଜାରି କରିପାରେ ବୋଲି ସୂଚନା ମିଳିଛି।

ଏନେଇ କିଛି ଦିନ ତଳେ ସମ୍ପୃକ୍ତ ଅଭିନେତ୍ରୀ ଜଣକ ଅଭିଯୋଗ କରିଥିଲେ। ଏହାପରେ ତାଙ୍କୁ କେନ୍ଦ୍ରମନ୍ତ୍ରୀ ରାମଦାସ ଅଠାୱଲେ ମଧ୍ୟ ସମର୍ଥନ ଜଣାଇଛନ୍ତି। ଯଦି ମୁମ୍ବାଇ ପୋଲିସ୍ ଅନୁରାଗଙ୍କୁ ଗିରଫ ନକରେ ତେବେ ସେ ଖୁବଶୀଘ୍ର ଧାରଣା ଦେବେ ବୋଲି ଅଠାୱଲେ କହିଛନ୍ତି। ଅନ୍ୟପଟେ ଆଜି ଏହି ଘଟଣାକୁ ନେଇ କେନ୍ଦ୍ରମନ୍ତ୍ରୀ ଅଠାୱଲେ ମହାରାଷ୍ଟ୍ର ରାଜ୍ୟପାଳଙ୍କୁ ଭେଟିବାର ମଧ୍ୟ ଖବର ମିଳିଛି।

୨୦୧୪ ମସିହାରେ ଅନୁରାଗ ସେହି ଅଭିନେତ୍ରୀଙ୍କୁ ଯୌନଶୋଷଣ କରିଥିଲେ ବୋଲି ସେ ଅଭିଯୋଗ କରିଛନ୍ତି। ତାଙ୍କ ଅଭିଯୋଗ ପରେ ପୋଲିସ ଅନୁରାଗଙ୍କ ବିରୋଧରେ ୩୭୬(୧),୩୫୪,୩୪୧,୨୪୨ ଧାରାରେ ମାମଲା ରୁଜୁ କରିଛି। ତେଣୁ ଅନୁରାଗଙ୍କୁ ଗିରଫ କରାଯାଇ ଅଭିନେତ୍ରୀଙ୍କୁ ନ୍ୟାୟ ଦେବାକୁ କେନ୍ଦ୍ରମନ୍ତ୍ରୀ ଦାବି କରିଛନ୍ତି।  

LEAVE A REPLY

Please enter your comment!
Please enter your name here