ଓଡ଼ିଶାଲାଇଭ୍ ବ୍ୟୁରୋ

ହାଥରସ୍ ଗଣଦୁଷ୍କର୍ମ ମାମଲାକୁ ନେଇ ଦେଶବ୍ୟାପୀ ଝଡ଼ ଉଠିବା ପରେ ଉତ୍ତରପ୍ରଦେଶ ସରକାର ପ୍ରଥମ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି। ଏହି ଘଟଣାରେ ହାଥରସ୍ ଜିଲା ଏସ୍‌ପି ଓ ଡିଏସ୍‌ପିଙ୍କୁ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ନିର୍ଦ୍ଦେଶ ପରେ ନିଲମ୍ବନ କରାଯାଇଥିବା ଜଣାପଡ଼ିଛି।

ଉଭୟ ପୋଲିସ ଅଧିକାରୀଙ୍କ ନାର୍କୋ ପଲିଗ୍ରାଫ୍ ଟେଷ୍ଟ କରାଯିବ। ଏମାନଙ୍କ ବ୍ୟତୀତ ଇନ୍ସପେକ୍ଟର ଓ ଅନ୍ୟ କେତେଜଣ ଅଧିକାରୀ ମଧ୍ୟ ନିଲମ୍ବିତ ହୋଇଛନ୍ତି। ଏସ୍‌ଆଇଟି (ସ୍ପେଶାଲ ଇନଭେଷ୍ଟିଗେଟିଂ ଟିମ୍)ର ପ୍ରାଥମିକ ତଦନ୍ତ ରିପୋର୍ଟ ଆଧାରରେ ଯୋଗୀ ସରକାର ଏହି ନିଷ୍ପତ୍ତି ନେଇଛନ୍ତି। ହାଥରସ୍ ଏସ୍‌ପିଙ୍କ ନିଲମ୍ବନ ପରେ ବିନୀତ ଜୟସ୍ୱାଲଙ୍କୁ ସେଠାକାର ନୂତନ ଏସ୍‌ପି ଦାୟିତ୍ୱ ଦିଆଯାଇଛି।

ବିରୋଧ, ଧାରଣା, ପ୍ରତିବାଦ ଆଶଙ୍କାରେ ହାଥରସ୍ ପ୍ରଶାସନ ସୀମା ସିଲ୍ କରିବା ସହ ଜିଲାରେ ଗୋଟିଏ ମାସ ପାଇଁ ୧୪୪ ଧାରା ଜାରି କରିଛି।  ସେଠାରେ ଆଇନ ଶୃଙ୍ଖଳା ରକ୍ଷା କରିବା ପାଇଁ ୫ଟି ଜିଲାର ପୋଲିସ ଓ ୨ଟି ପିଏସି କମ୍ପାନି ମୁତୟନ ହୋଇଛନ୍ତି।

Comment