ଓଡ଼ିଶାଲାଇଭ୍ ବ୍ୟୁରୋ

ରାଜ୍ୟର ସମସ୍ତ ସରକାରୀ ଏବଂ ବେସରକାରୀ ହସ୍ପିଟାଲଗୁଡ଼ିକରେ କୋଭିଡ ପରିଚାଳନା ବ୍ୟବସ୍ଥା କିପରି ଚାଲିଛି ସେ ନେଇ ଯାଞ୍ଚ କରାଯିବ। ବିଭାଗୀୟ ମନ୍ତ୍ରୀଙ୍କ ଅଧ୍ୟତାରେ ଏକ ସ୍କ୍ଵାର୍ଡ ଗଠନ କରାଯିବ। ଶନିବାର ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ରାଜ୍ୟର ସମସ୍ତ ହସ୍ପିଟାଲରେ କୋଭିଡ ପରିଚାଳନାର ସ୍ଥିତି ଯାଞ୍ଚ କରିବା ପାଇଁ ସ୍ଵାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।ରାଜ୍ୟରେ କୋଭିଡ ପରିଚାଳନାରେ ଅବ୍ୟାବସ୍ଥା ହୋଇଛି। ରାଜ୍ୟ ସରକାର କୋଭିଡ ପରିଚାଳନାରେ ଫେଲ୍ ମାରିଛନ୍ତି ବୋଲି ଶନିବାର ବିଧାନସଭାରେ ବିରୋଧୀଦଳ ନେତାମାନେ କହିଥିଲେ। ତେବେ ବିରୋଧୀଦଳ ନେତାମାନଙ୍କ ଏପରି ଉଦବେଗ ପରେ ବାଚସ୍ପତି ମଧ୍ୟ ଏହି ପ୍ରସଙ୍ଗକୁ ସ୍ଵୀକାର କରିଛନ୍ତି। ରାଜ୍ୟର ବିଭିନ୍ନ ସ୍ଥାନରୁ ଆମକୁ ମଧ୍ୟ ଏପରି ଅଭିଯୋଗ ଆସୁଛି ବୋଲି ବାଚସ୍ପତି କହିଛନ୍ତି।

ତେବେ ଏଥିପାଇଁ ବାଚସ୍ପତି ଏକ ରୁଲିଂ ଜାରି କରି ବିଭାଗୀୟ ମନ୍ତ୍ରୀଙ୍କୁ ଏଥିପାଇଁ ଏକ ସ୍କ୍ଵାର୍ଡ ଗଠନ କରି ଯାଞ୍ଚ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ସେହି ସ୍କ୍ଵାର୍ଡ ରାଜ୍ୟର ସମସ୍ତ ସରକାରୀ ଓ ଘରୋଇ ହସ୍ପିଟାଲରେ କୋଭିଡ ପରିଚାଳନା ସଠିକ୍ ରୂପେ ହେଉଛି ନା ନାହିଁ ତାହା ଯାଞ୍ଚ କରିବ ବୋଲି ବାଚସ୍ପତି କହିଛନ୍ତି।

Comment