ଓଡ଼ିଶାଲାଇଭ୍ ବ୍ୟୁରୋ

ଏୟାରଟେଲ୍‌ର ସବୁଠୁ ଶସ୍ତା ପୋଷ୍ଟପେଡ୍ ପ୍ଲାନ୍‌ରେ କେଉଁ ସବୁ ସୁବିଧା ମିଳୁଛି ଜାଣନ୍ତୁ…

ଏୟାରଟେଲ୍ ଇଣ୍ଡିଆ ନିଜ ଗ୍ରାହକଙ୍କୁ ଏକ ଦମ୍‌ଦାର୍ ଉପହାର ଭେଟି ଦେଇଛି। କମ୍ପାନି ୩୯୯ ଟଙ୍କିଆ ପୋଷ୍ଟପେଡ୍ ପ୍ଲାନ୍‌କୁ ସମସ୍ତ ସର୍କଲରେ ଲଞ୍ଚ୍ କରିଛି। ଏହା ପୂର୍ବରୁ କମ୍ପାନି ଅନେକ ସର୍କଲରୁ ଏହି ପୋଷ୍ଟପେଡ୍ ପ୍ଲାନ୍‌କୁ ହଟାଇ ଦେଇଥିଲା। କିନ୍ତୁ ଏବେ ରିଲାଏନ୍ସ ଜିଓ ସହ ପ୍ରତିଯୋଗିତା କରିବା ପାଇଁ ଏହି ପ୍ଲାନ୍‌ର ବଜାର ପ୍ରବେଶ କରାଯାଇଛି। ତେବେ ଜାଣନ୍ତୁ ଏହି ପ୍ଲାନ୍‌ରେ ଗ୍ରାହକଙ୍କୁ କେଉଁ ସବୁ ସୁବିଧା ମିଳୁଛି।

ଏୟାରଟେଲ୍‌ର ୩୯୯ ଟଙ୍କିଆ ପ୍ଲାନ୍‌ର ଫାଇଦା

ଏହି ପ୍ଲାନ୍‌ ହେଉଛି ଏୟାରଟେଲ୍‌ର ସବୁଠୁ ଶସ୍ତା ପୋଷ୍ଟପେଡ୍ ପ୍ଲାନ୍। ଏହି ପ୍ଲାନ୍‌ରେ ଗ୍ରାହକଙ୍କୁ ୪୦ ଜିବି ଡାଟା ମିଳିବ, ଯାହାକି ୩ଜି/୪ଜି ବିଶିଷ୍ଟ। ଏହା ସହିତ ଏହି ପ୍ଲାନ୍‌ ଜରିଆରେ ସବୁ ନେଟ୍‌ଓ୍ଵର୍କରେ ଅନ୍‌ଲିମିଟେଡ୍ କଲିଂ ସୁବିଧା ବି ଦିଆଯିବ।ଏହି ପ୍ଲାନ୍‌ରେ ଦୈନିକ ୧୦୦ ଏସ୍‌ଏମ୍‌ଏସ୍ ମଧ୍ୟ ମିଳିବ। ଅତିରିକ୍ତ ସୁବିଧା ବିଷୟରେ କହିଲେ, ଏହି ପ୍ଲାନ୍‌ରେ ଏୟାରଟେଲ୍ ଏକ୍ସଟ୍ରିମ୍ ପ୍ରିମିୟମ୍ ଓ ଗୋଟିଏ ବର୍ଷ ପାଇଁ ଓ୍ଵିଙ୍କ୍ ମ୍ୟୁଜିକ୍ ଓ Shaw ଏକାଡେମୀର ସବ୍‌ସ୍କ୍ରିପ୍‌ସନ୍ ବି ମିଳିବ।jioଜିଓର ୩୯୯ ଟଙ୍କିଆ ପ୍ଲାନ୍‌ ସହ ତୁଳନା

ଏୟାରଟେଲ୍‌ର ଏହି ୩୯୯ ଟଙ୍କିଆ ପ୍ଲାନ୍‌ ଜିଓର ୩୯୯ ଟଙ୍କିଆ ପ୍ଲାନ୍‌ ସହ ସିଧାସଳଖ ମୁକାବିଲା ପାଇଁ ଲକ୍ଷ୍ୟ ରଖିଛି। କିନ୍ତୁ ସୁବିଧା ପ୍ରଦାନ ମାମଲାରେ ଏୟାରଟେଲ୍‌ ଜିଓଠାରୁ ପଛରେ ପଡ଼ିଯାଇଛି। ଜିଓର ୩୯୯ ଟଙ୍କିଆ ପ୍ଲାନ୍‌ରେ ୭୫ ଜିବି ଡାଟା ସହିତ ଅନ୍‌ଲିମିଟେଡ୍ କଲିଂ ଓ ମେସେଜିଂ ସୁବିଧା ମିଳୁଛି।

ଏହାଛଡ଼ା ଏଥିରେ ନେଟ୍‌ଫ୍ଲିକ୍ସ, ଆମାଜନ୍ ପ୍ରାଇମ୍ ଭିଡିଓ ଓ ଡିଜ୍‌ନି ପ୍ଲସ୍ ହଟ୍‌ଷ୍ଟାର୍ ଭିଆଇପିର ସବ୍‌ସ୍କ୍ରିପ୍‌ସନ୍ ବି ଦିଆଯାଉଛି। ଏଥିସହ ୨୦୦ ଜିବି ଡାଟା ରୋଲ୍‌ଓଭର କରିବାର ସୁବିଧା ଅଛି। ଜିଓର ଏହି ପ୍ଲାନ୍‌କୁ ଧନ୍ ଧନା ଧନ୍ ପୋଷ୍ଟପେଡ୍ ପ୍ଲାନ୍‌ ନାଁ ଦିଆଯାଇଛି। ଜିଓର ଏହି ପ୍ଲାନ୍‌ରେ ୩୫ ଜିବି ଅତିରିକ୍ତ ଡାଟା ମଧ୍ୟ ମିଳୁଛି।କିନ୍ତୁ ଏୟାରଟେଲ୍‌ରେ ଉପରୋକ୍ତ ଓଟିଟି ପ୍ଲାଟ୍‌ଫର୍ମଗୁଡ଼ିକର ସୁବିଧା ଉପଲବ୍ଧ ନାହିଁ।

LEAVE A REPLY

Please enter your comment!
Please enter your name here