ଓଡ଼ିଶାଲାଇଭ୍ ବ୍ୟୁରୋ

ଭାରତ ଓ ଚୀନ୍ ମଧ୍ୟରେ ସୀମାକୁ ନେଇ ଗତ କିଛି ଦିନ ଧରି ବିବାଦ ଲାଗି ରହିଛି। ଏହା ଭିତରେ ପ୍ରଧାନମନ୍ତ୍ରୀ ମୋଦୀ ଓ ଚୀନ୍ ରାଷ୍ଟ୍ରପତି ସି ଜିନପିଙ୍ଗ୍ ନଭେମ୍ବର ୧୭ରେ ହେବାକୁ ଥିବା ବ୍ରିକ୍ସ ସମ୍ମିଳନୀରେ ଭେଟାଭେଟି ହୋଇପାରନ୍ତି। ତେବେ ବିଶ୍ୱର ଏହି ଦୁଇ ନେତା ସୀମା ବିବାଦକୁ ନେଇ ଆଲୋଚନା କରିବେ କି ନାହିଁ ସେନେଇ କୌଣସି ସୂଚନା ମିଳିପାରିନାହିଁ।

ନଭେମ୍ବର ୧୭ ତାରିଖରେ ଭର୍ଚୁଆଲ୍ ଜରିଆରେ ଏଥର ବ୍ରିକ୍ସ ସମ୍ମିଳନୀ ଆୟୋଜିତ ହେଉଛି। ଏଥିରେ ଭାରତ ସହିତ ଚୀନ୍, ବ୍ରାଜିଲ, ରୁଷ ଓ ଦକ୍ଷିଣ ଆଫ୍ରିକାର ରାଷ୍ଟ୍ରମୁଖ୍ୟ ଯୋଗ ଦେବେ।india-china meeting

ଗତ କିଛି ମାସ ଧରି ଭାରତ ଓ ଚୀନ୍ ମଧ୍ୟରେ ସୀମା ବିବାଦ ଲାଗି ରହିଛି। ଏନେଇ କମାଣ୍ଡରସ୍ତରୀୟ ଆଲୋଚନା ହେଉଥିଲେ ହେଁ କୌଣସି ସଫଳତା ମିଳିପାରିନାହିଁ। ଅନ୍ୟପଟେ ଦୁଇ ଦେଶ ସୀମୀରେ ନିଜର ଶକ୍ତି ବୃଦ୍ଧି କରିବାରେ ଲାଗିଛନ୍ତି।

ଭାରତ ଚୀନ୍ ସୀମାରେ ନିଜର ଅଧିକ ସୈନ୍ୟ ଏକଜୁଟ୍ କରୁଥିବାବେଳେ ଏକାଧିକ ଯୁଦ୍ଧ ବିମାନ ମଧ୍ୟ ପ୍ରସ୍ତୁତ ରଖିଛି। ଜବାବରେ ଚୀନ ଆର୍ମି ମଧ୍ୟ ସେହି ପ୍ରକାରରେ ନିଜକୁ ପ୍ରସ୍ତୁତ ରଖିଛି। ତେଣୁ ଦୁଇ ଦେଶର ରାଷ୍ଟ୍ରମୁଖ୍ୟ ଏହି ସମ୍ମିଳନୀରେ ଏକାଠି ହେବା ଦ୍ୱାରା ଦୁଇ ଦେଶ ମଧ୍ୟରେ ଥିବା ବିବାଦର ଶାନ୍ତିପୂର୍ଣ୍ଣ ସମାଧାନ ହେବ ବୋଲି କୁହାଯାଉଛି।

LEAVE A REPLY

Please enter your comment!
Please enter your name here