ଓଡ଼ିଶାଲାଇଭ୍ ବ୍ୟୁରୋ

ବିହାର ବିଧାନସଭା ନିର୍ବାଚନ ପାଇଁ ଏନଡିଏରେ ତୁଟିଛି ଆସନ ଭାଗବଣ୍ଟା। ୨୪୩  ବିଶିଷ୍ଟ ବିହାର ବିଧାନସଭା ନିର୍ବାଚନରେ ବିଜେପି ୧୨୧ଟି ଆସନରେ ପ୍ରାର୍ଥୀ ଦେବ। ସେହିପରି ଜେଡିୟୁ ୧୨୨ଟି ଆସନରେ ନିଜର ପ୍ରାର୍ଥୀ ଦେବ ବୋଲି ସ୍ଥିର ହୋଇଛି।

ଜେଡିୟୁ ନିଜର ୧୨୨ ଆସନରୁ ନିଜ ସହଯୋଗୀ ହିନ୍ଦୁସ୍ତାନ ଆବାମ ମୋର୍ଚ୍ଚାକୁ ୭ଟି ଆସନ ଦେବ। ବଳକା ଆସନରେ ଜେଡିୟୁ ନିଜର ପ୍ରାର୍ଥୀ ଦେବ। ସେହିପରି ବିଜେପି ମଧ୍ୟ ନିଜ ଆସନରୁ କିଛି ସିଟ୍ ନିଜ ସହଯୋଗୀ ବିକାଶଶୀଳ ଇଂସାନ ପାର୍ଟିକୁ ଦେବ।ଆଜି ସିଟ୍ ବୁଝାମଣା ନେଇ ଘୋଷଣା ହେବା ପରେ ବିହାର ବିଜେପି ଅଧ୍ୟକ୍ଷ ସଂଜୟ ଜସୱାଲ କହିଛନ୍ତି ଯେ, ଏଥର ନୀତିଶଙ୍କ ନେତୃତ୍ୱରେ ବିଜେପି ବିହାର ନିର୍ବାଚନ ଲଢ଼ିବ ଏବଂ ସରକାର ଗଠନ କରିବ। ଏଥିରେ କୌଣସି ପ୍ରକାର ବ୍ୟତିକ୍ରମ ଦେଖିବାକୁ ମିଳିବ ନାହିଁ।

ଅନ୍ୟପଟେ ଏନଡିଏରେ ସହଯୋଗୀ ଦଳ ଏଲଜେପି କିନ୍ତୁ ବିହାର ନିର୍ବାଚନରେ ଅଲଗା ପ୍ରାର୍ଥୀ ଦେବ ବୋଲି ସ୍ଥିର କରିଛି। ଏଲଜେପି ନୀତିଶଙ୍କ ନେତୃତ୍ୱରେ ବିଧାନସଭା ନିର୍ବାଚନ ଲଢ଼ିବ ନାହିଁ ବୋଲି ପୂର୍ବରୁ କହିସାରିଛନ୍ତି।

Comment