ଓଡ଼ିଶାଲାଇଭ୍ ବ୍ୟୁରୋ

ବହୁ ଚର୍ଚ୍ଚିତ ୱେବସିରିଜ୍ ମିର୍ଜାପୁର ସିଜିନ୍-୨ର ରିଲିଜ୍ ହେଲା ଟ୍ରେଲର। ଆମାଜନ୍ ପ୍ରାଇମ୍ ପକ୍ଷରୁ ଏହାର ଟ୍ରେଲର ଭିଡିଓକୁ ମଙ୍ଗଳବାର ରିଲିଜ୍ କରାଯାଇଛି।

ଏହି ୱେବସିରିଜକୁ ଦେଖିବା ନେଇ ଦର୍ଶକମାନେ ବେଶ୍ ଉତ୍ସାହିତ ଅଛନ୍ତି। ବିଶେଷକରି ପଙ୍କଜ ତ୍ରିପାଠୀଙ୍କ କାଲିନ୍ ଭୈୟା ଚରିତ୍ରକୁ ଦେଖିବାକୁ ଲୋକମାନେ ଚାତକ ପରି ଅନେଇ ବସିଛନ୍ତି। ସେହିପରି ମିର୍ଜାପୁରର ମୁନ୍ନା ଭାଇଙ୍କୁ ମଧ୍ୟ ସିଜିନ୍-୨ରେ ଦମଦାର ଗେଟଅପରେ ଦେଖିବାକୁ ମିଳିବ।

ଅନ୍ୟପଟେ ନିଜ ଭାଇର ମୃତ୍ୟୁର ପ୍ରତିଶୋଧ ନେବାକୁ ଅଲ୍ଲୀ ଫଜଲ ଓ ଶ୍ୱେତା ତ୍ରିପାଠୀ ମଧ୍ୟ ଏଥର ଦମଦାର ଭୂମିକାରେ ପରଦାକୁ ଆସିଛନ୍ତି। ଦୁହେଁ ମିର୍ଜାପୁର ଉପରେ ରାଜ କରିବାକୁ ଲକ୍ଷ୍ୟ ରଖିଛନ୍ତି। ତା ସହ ମିର୍ଜାପୁର ସିଜିନ୍-୨ରେ କେତେକ ନୂଆ ଚରିତ୍ର ମଧ୍ୟ ଦେଖିବାକୁ ମିଳିଛି। ଏହି ୱେବସିରିଜର ଦ୍ୱିତୀୟ ସିଜିନ୍ ଅକ୍ଟୋବର ୨୩ ତାରିଖରେ ମୁକ୍ତିଲାଭ କରିବ। ଏହାକୁ ଦର୍ଶକମାନେ ଆମାଜନ୍ ପ୍ରାଇମ୍ ଭିଡିଓରେ ଦେଖିପାରିବେ।

LEAVE A REPLY

Please enter your comment!
Please enter your name here