ଓଡ଼ିଶାଲାଇଭ୍ ବ୍ୟୁରୋ

ଆସନ୍ତାକାଲି ରିଲିଜ୍ ହେବାକୁ ଯାଉଛି ବହୁ ଚର୍ଚ୍ଚିତ ୱେବସିରିଜ୍ ‘ମିର୍ଜାପୁର’ର ଦ୍ୱିତୀୟ ଭାଗ। ଦର୍ଶକମାନେ ଏହାକୁ ଆମାଜନ ପ୍ରାଇମ ଭିଡିଓରେ ଦେଖିବାକୁ ପାଇବେ।

ମିର୍ଜାପୁରର ପ୍ରଥମ ଭାଗ ଭଳି ଏହି ଭାଗଟି ମଧ୍ୟ ଦର୍ଶକମାନଙ୍କୁ ପସନ୍ଦ ଆସିବ ବୋଲି କୁହାଯାଉଛି। ଗୁଳି, ବନ୍ଧୁକ ଓ କ୍ରାଇମ୍ କାହାଣୀକୁ ନେଇ ଗଠିତ ହୋଇଥିବା ଏହି ୱେବସିରିଜରେ ପଙ୍କଜ ତ୍ରିପାଠୀ କାଲିନ୍ ଭୈୟା ଭୂମିକାରେ ନଜର ଆସିବେ। ଯିଏ କି ମିର୍ଜାପୁରକୁ ଶାସନ କରୁଛି।ଏଥିସହ ଗତ ପ୍ରଥମ ଭାଗରେ ଥିବା ଗୁଡୁ ପଣ୍ଡିତ ଏହି ଭାଗରେ ନିଜର ପ୍ରତିଶୋଧ ନେବାକୁ ଚେଷ୍ଟା କରୁଛି ବୋଲି ମିର୍ଜାପୁର-୨ର ଟ୍ରେଲରରେ ଦେଖିବାକୁ ମିଳିଛି। ତା ସହିତ ଗୋଲୁ ମଧ୍ୟ ନିଜ ଭଉଣୀ ମୃତ୍ୟୁର ପ୍ରତିଶୋଧ ନେବାକୁ ହାତରେ ବନ୍ଧୁକ ଧରିଛି। ତେଣୁ ଦର୍ଶକଙ୍କ ପାଇଁ ଏହା ଭାଗ ମନୋରଞ୍ଜନର ଖୋରାକ୍ ଯୋଗାଇବ ବୋଲି କୁହାଯାଉଛି।

ମିର୍ଜାପୁରକୁ ନେଇ ସୋସିଆଲ୍ ମିଡିଆରେ ମଧ୍ୟ ବେଶ ଚର୍ଚ୍ଚା ଆରମ୍ଭ ହୋଇଯାଇଛି। ଲୋକମାନେ ଏହାର ରିଲିଜକୁ ଚାତକ ପରି ଅନେଇ ବସିଛନ୍ତି। ମିର୍ଜାପୁରର ନିର୍ଦ୍ଦେଶନା ଗୁରମୀତ ସିଂହ ଓ ମିହିର ଦେଶାଇ କରିଥିବାବେଳେ ରିତେଶ ସିଦ୍ଧୱାନି ଓ ଫରାନ୍ ଅଖତାର ଏହାର ପ୍ରଯୋଜନା କରିଛନ୍ତି।

Comment