ଓଡ଼ିଶାଲାଇଭ୍ ବ୍ୟୁରୋ

ଚଳିତବର୍ଷ ମହାମାରୀ କରୋନା ପାଇଁ ସାରା ବିଶ୍ୱ ଲକଡାଉନ୍ ହୋଇଯାଇଥିଲା। ଲୋକମାନେ ବାହାରେ ବୁଲାବୁଲି ନକରି ନିଜକୁ ଘର ଭିତରେ ସୁରକ୍ଷିତ କରି ରଖିଥିଲେ। ଏହି ସମୟରେ ଲୋକମାନଙ୍କୁ ମନୋରଞ୍ଜନର ଖୋରାକ୍ ପାଲଟିଥିଲା ଓଟିଟି ପ୍ଲାଟଫର୍ମ।

୨୦୨୦ ବର୍ଷରେ ଓଟିଟି ପ୍ଲାଟଫର୍ମରେ ରିଲିଜ୍ ହୋଇଥିବା ଅନେକ ୱେବସିରିଜ୍ ହିଟ୍ ସାବ୍ୟସ୍ତ ହୋଇଥିଲା। ସ୍କାମ ୧୯୯୨ଠୁ ଆରମ୍ଭ କରି ପାତାଳ ଲୋକ, ସ୍ପେଶାଲ୍ ଓପସ୍ ଭଳି ୱେବସିରିଜକୁ ଲୋକମାନେ ବେଶ ପସନ୍ଦ କରିଥିଲେ। ୨୦୨୦ରେ ସେହି ୱେବସିରିଜ୍ ମଧ୍ୟରୁ କିଛି ଶ୍ରେଷ୍ଠ ୱେବସିରିଜ୍ ହେଲା…ସ୍କାମ୍ ୧୯୯୨

ସୋନୀ ଲିଭ୍ ଆପରେ ରିଲିଜ୍ ହୋଇଥିବା ସ୍କାମ୍ ୧୯୯୨ ୱେବସିରିଜକୁ ନେଇ ଏବର୍ଷ ବେଶ ଆଲୋଚନା ହୋଇଥିଲା। ବିଶେଷକରି ଏହି ଫିଲ୍ମର କାହାଣୀକୁ ନେଇ ଲୋକମାନେ ବେଶ ଉତ୍ସାହିତ ଥିଲେ। ଏହି ସିରିଜରେ ହର୍ଷଦ ମେହତାଙ୍କ ଜୀବନ କାହାଣୀ ସହିତ ତାଙ୍କର ସ୍କାମକୁ ଦେଖାଯାଇଥିଲା। ଏହାର ମୁଖ୍ୟ ଚରିତ୍ରରେ ନଜର ଆସିଥିଲେ ଗୁଜରାଟୀ କଳାକାର ପ୍ରତୀକ ଗାନ୍ଧୀ।ଆରୟା ଏବଂ ସ୍ପେଶାଲ୍ ଓପସ

ସୁସ୍ମିତା ସେନଙ୍କ ଅଭିନୀତ ଆରୟା ୱେବସିରିଜ୍ ଚଳିତ ବର୍ଷ ଜୁନ୍ ମାସରେ ଓଟିଟି ପ୍ଲାଟଫର୍ମରେ ରିଲିଜ୍ ହୋଇଥିଲା। କ୍ରାଇମ ଏବଂ ସସପେନ୍ସକୁ ନେଇ ନିର୍ମାଣ ହୋଇଥିବା ଏହି ସିରିଜରେ ଦର୍ଶକମାନେ ବେଶ ମଜା ଲୁଟିଥିଲେ।

ସେହିପରି ନୀରଜ ପାଣ୍ଡେଙ୍କ ସ୍ପେଶାଲ୍ ମଧ୍ୟ ଚଳିତବର୍ଷର ଟପ୍ ୱେବସିରିଜ୍ ତାଲିକାରେ ରହିଥିଲା। ଏଥିରେ ଆତଙ୍କବାଦୀ କାର୍ଯ୍ୟକଳାପ ଓ ଭାରତ କିପରି ନିଜର ସୁରକ୍ଷା କରୁଛି ତାହା ଦେଖାଯାଇଥିଲା। ଆପଣ ଏହି ଦୁଇଟି ସିରିଜକୁ ହଟଷ୍ଟାରରେ ଦେଖିପାରିବେ।

ପାତାଳ ଲୋକ

ଓଟିଟି ପ୍ଲାଟଫର୍ମ ଆମାଜନ ପ୍ରାଇମ୍ ଭିଡିଓରେ ଏବର୍ଷ ରିଲିଜ୍ ହୋଇଥିଲା ପାତାଳ ଲୋକ। ଫିଲ୍ମ ସମୀକ୍ଷକ ସୁଭଦ୍ରା ଗୁପ୍ତାଙ୍କ କହିବା ମୁତାବକ ଚଳିତବର୍ଷର ସିରିଜ୍ ଭିତରେ ପାତାଳ ଲୋକରେ ହିଁ କ୍ରାଇମ୍ ଓ ଥ୍ରୀଲରର ଅସଲ ମଜା ଦେଖିବାକୁ ମିଳିଥିଲା। ଏଥିସହ ଏହାର କାହାଣୀ ମଧ୍ୟ ଜବରଦସ୍ତ ଥିଲା ବୋଲି ସେ କହିଥିଲେ।ମିର୍ଜାପୁର-୨

ଚଳିତବର୍ଷ ସବୁଠୁ ଅଧିକ ଚର୍ଚ୍ଚିତ ଓ ପ୍ରତୀକ୍ଷିତ ୱେବସିରିଜ୍ ହୋଇ ରହିଥିଲା ମିର୍ଜାପୁର-୨ । ପୂର୍ବରୁ ଏହାର ଗୋଟିଏ ପାର୍ଟ ରିଲିଜ୍ ହୋଇସାରିଥିବାବେଳେ ଏହାର ଦ୍ୱିତୀୟ ପାର୍ଟକୁ ଚଳିତ ବର୍ଷ ରିଲିଜ୍ କରାଯାଇଥିଲା। ଏହି ସିରିଜରେ ପଙ୍କଜ ତ୍ରିପାଠୀ କାଲିନ୍ ଭୈୟା ଚରିତ୍ରରେ ପୁଣି ଦର୍ଶକଙ୍କ ହୃଦୟ ଜିତିଥିଲେ। ତା’ ସହ ଏହି ସିରିଜର ଆହୁରି ଗୋଟିଏ ପାର୍ଟ ଆସିବ ବୋଲି ସୋସିଆଲ୍ ମିଡିଆରେ ଚର୍ଚ୍ଚା ହେଉଛି।ଅସୁର

ପୌରାଣିକ କଥାବସ୍ତୁ ତଥା ଅପରାଧିକ କାହାଣୀକୁ ନେଇ ନିର୍ମାଣ ହୋଇଥିବା ଏହି ସିରିଜର ମୁଖ୍ୟ ଚରିତ୍ରରେ ନଜର ଆସିଥିଲେ ବଲିଉଡ୍ ଅଭିନେତା ଅର୍ସଦ ୱାରସୀ। ଭୁଟ୍ ଆପରେ ରିଲିଜ୍ ହୋଇଥିବା ଏହି ୱେବସିରିଜ୍ ପୌରାଣିକ କଥାବସ୍ତୁ ଏବଂ ଅପରାଧ ଉପରେ ନିର୍ମାଣ ହୋଇଛି। ଏହାର ୮ଟି ଏପିସୋଡ୍ ରହିଥିବାବେଳେ ଏହାର ଆହୁରି ଅଧିକ ପାର୍ଟ ଆସିବ ବୋଲି କୁହାଯାଉଛି।

Comment