ଓଡ଼ିଶାଲାଇଭ୍ ବ୍ୟୁରୋ

ବର୍ତ୍ତମାନ ଡିଜିଟାଲ ଯୁଗରେ ଲୋକମାନେ ୱେବସିରିଜ୍ ଦେଖିବାକୁ ବେଶ ପସନ୍ଦ କରୁଛନ୍ତି। ଓଟିଟି ପ୍ଲାଟଫର୍ମ ଜରିଆରେ ମୁକ୍ତିଲାଭ କରୁଥିବା ବିଭିନ୍ନ ପ୍ରକାରର ୱେବସିରିଜ ଏବେ ଯୁବବର୍ଗଙ୍କ ମନୋରଞ୍ଜନର ମାଧ୍ୟମ ସାଜିଛି। ତେବେ ମୁଖ୍ୟତଃ ଅପରାଧିକ ଓ ସସପେନ୍ସରେ ଭରପୂର କାହାଣୀ ଦେଖିବାକୁ ଅଧିକାଂଶ ଯୁବବର୍ଗ ଇଚ୍ଛା ରଖୁଥିବା ଦେଖିବାକୁ ମିଳୁଛି।

ସେହିଭଳି କିଛି ୱେବସିରିଜ୍ ହେଉଛି…

ମିର୍ଜାପୁର

ଏହି ୱେବସିରିଜରେ ଆପଣଙ୍କୁ ଭରପୂର ମନୋରଞ୍ଜନ ଯୋଗାଇପାରିବ। ଯୁବବର୍ଗଙ୍କ ଭିତରେ ଏହି ୱେବସିରିଜକୁ ନେଇ ଏକ ଭିନ୍ନ ପ୍ରକାରର ଉତ୍ସାହ ଦେଖିବାକୁ ମିଳିଥାଏ। ଅପରାଧ, ରାଜନୀତିକୁ ନେଇ ନିର୍ମାଣ ହୋଇଥିବା ଏହି ଫିଲ୍ମର ଦୁଇଟି ପାର୍ଟ ରହିଛି। ଏହି ୱେବସିରିଜରେ ଦର୍ଶକମାନେ ପଙ୍କଜ ତ୍ରିପାଠୀଙ୍କୁ କାଲିନ୍ ଭୈୟା ଭୂମିକାରେ ଦେଖିବାକୁ ପାଇବେ।ସାକ୍ରେଡ୍ ଗେମସ୍

ନବାଜୁଦ୍ଦିନ ସିଦ୍ଦିକି, ସୈଫ ଅଲ୍ଲୀ ଖାନ୍, ପଙ୍କଜ ତ୍ରିପାଠୀଙ୍କ ଅଭିନୀତ ସାକ୍ରେଡ୍ ଗେମସକୁ ନେଟଫ୍ଲିକ୍ସର ପ୍ରଥମ ୱେବସିରିଜ୍ ବୋଲି କୁହାଯାଏ। ଏହି ଫିଲ୍ମର କାହାଣୀ ଦର୍ଶକଙ୍କୁ ବାନ୍ଧି ରଖିବାରେ ସହାୟକ ହୋଇଛି। ଏହାର ଦୁଇଟି ପାର୍ଟ ରହିଥିବାବେଳେ ଏହା ନେଟଫ୍ଲିକ୍ସରେ ଉପଲବ୍ଧ ଅଛି।

କ୍ରିମିନାଲ ଜଷ୍ଟିସ୍

ଡ୍ରଗ୍ସ, କ୍ରାଇମ୍ ଓ ଡ୍ରାମାରେ ଭରପୂର ଏହି ୱେବସିରିଜରେ ଆପଣ ମୁଖ୍ୟ ଭୂମିକାରେ ବିକ୍ରାନ୍ତ ମାସୀଙ୍କୁ ଦେଖିବାକୁ ପାଇବେ। ଏଥିସହ ପଙ୍କଜ ତ୍ରିପାଠୀ, ଜ୍ୟାକି ସର୍ଫ ମଧ୍ୟ ଏହି ୱେବସିରିଜରେ ନଜର ଆସିବେ। ହଟଷ୍ଟାରରେ ପ୍ରସାରିତ ଏହି ସିରିଜ ଜଣେ ସାଧାରଣ ଯୁବକ ଉପରେ ପର୍ଯ୍ୟବେସିତ ହୋଇଛି। ସେ କିଭଳି ଏକ ମିଛ କେସରେ ଫସି ଜେଲ ସଜା କାଟୁଛି ତାହା ଏଥିରେ ଦେଖାଯାଇଛି।ଅଭୟ

ଓଟିଟି ପ୍ଲାଟଫର୍ମ ଜୀ-ଫାଇଭରେ ପ୍ରସାରିତ ହେଉଥିବା ଅଭୟ ସିରିଜରେ ଆପଣ ଏକ ଦମଦାର ଅପରାଧିକ କାହାଣୀ ଦେଖବାକୁ ପାଇବେ। ଏଥିରେ କୁନାଲ କେମ୍ମୁ ଅଭୟ ପ୍ରତାପ ସିଂହ ଭୂମିକାରେ ନଜର ଆସିଛନ୍ତି। ଏକ ସତ୍ୟ ଘଟଣାକୁ ନେଇ ନିର୍ମାଣ ହୋଇଥିବା ଏହି ସିରିଜ୍ ଦର୍ଶକଙ୍କ ହୃଦୟ ଜିତିବାରେ ସମର୍ଥ ହୋଇଛି।

ହଷ୍ଟଜେସ୍

ହଟଷ୍ଟାରରେ ପ୍ରସାରିତ ଏହି ୱେବସିରିଜର ନିର୍ଦ୍ଦେଶନା ଦେଇଛନ୍ତି ସୁଧୀର ମିଶ୍ର। କ୍ରାଇମ୍ କାହାଣୀକୁ ନେଇ ନିର୍ମାଣ ଏହି ସିରିଜରେ ଆପଣ ରୋନିତ ରାୟଙ୍କୁ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଦେଖିବାକୁ ପାଇବେ।

Comment