ଓଡ଼ିଶାଲାଇଭ୍ ବ୍ୟୁରୋ

ଡିଜିଟାଲ ମିଡିଆ ଏବଂ ଓଟିଟି ପ୍ଲାଟଫର୍ମକୁ ନେଇ ଆଜି କେନ୍ଦ୍ର ସରକାର ଏକ ବଡ଼ ଘୋଷଣା କରିଛନ୍ତି। ଏଣିକି ଏହି ଦୁଇଟି ପ୍ଲାଟଫର୍ମ କେନ୍ଦ୍ର ସରକାରଙ୍କ ସୂଚନା ଓ ପ୍ରସାରଣ ବିଭାଗର ଅଧୀନରେ ଆସିବ ବୋଲି ବିଜ୍ଞପ୍ତି ଜାରି ହୋଇଛି।

ଏହାକୁ କେନ୍ଦ୍ର ସରକାର ବାଣିଜ୍ୟ ଆବଣ୍ଟନ ଆଇନ୍ ୧୯୬୧ ଅଧୀନରେ ରଖିବା ସହିତ ଏହାକୁ ସମ୍ବିଧାନର ୩୫୭ ତମ ସଂଶୋଧନ ଆଇନ୍ ୨୦୨୦ ବୋଲି କୁହାଯାଇଛି। ଏହାଦ୍ୱାରା ଏଣିକି ଅନଲାଇନ୍ ମାଧ୍ୟମରେ ପ୍ରସାରିତ ହେଉଥିବା ସମସ୍ତ ଭିଡିଓ, ଅଡିଓ, ନ୍ୟୁଜ୍ ଆଦି ସୂଚନା ଓ ପ୍ରସାରଣ ବିଭାଗର ନିୟମ ଅଧୀନରେ ଆସିବ। ଯେ କେହି, ଏହି ନିୟମ ଉଲ୍ଲଂଘନ କରିବ ସେ ଆଇନ୍ ଅନୁଯାୟୀ ଦଣ୍ଡନୀୟ ହେବ ବୋଲି କୁହାଯାଇଛି।

କିଛି ଦିନ ତଳେ ସୁପ୍ରିମକୋର୍ଟ ମଧ୍ୟ ଏନେଇ କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶ ଜାରି କରିଥିଲେ। ଅନଲାଇନ୍ ମିଡିଆକୁ ନେଇ ଖୁବଶୀଘ୍ର ଏକ ରେଗୁଲେସନ ଆଣିବାକୁ କୋର୍ଟ କହିଥିଲେ।

Comment