ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶାର ଅଗ୍ରଣୀ ଡିଜିଟାଲ୍ ମିଡିଆ ଚ୍ୟାନେଲ ‘ଓଡ଼ିଶାଲାଇଭ୍’ର ମୁଖ୍ୟ କାର୍ଯ୍ୟାଳୟ ଭୁବନେଶ୍ଵର ୟୁନିଟ-୭ସ୍ଥିତ ସୂର୍ଯ୍ୟନଗରକୁ ସ୍ଥାନାନ୍ତର ହୋଇଛି। ଏବେ କାର୍ଯ୍ୟାଳୟର ନୂଆ ଠିକଣା – ଏ/୨୩, ସୂର୍ଯ୍ୟ ନଗର, ୟୁନିଟ-୭, ଭୁବନେଶ୍ଵର।

ପୂର୍ବରୁ ଓଡ଼ିଶାଲାଇଭର ମୁଖ୍ୟ କାର୍ଯ୍ୟଳୟ ଭୁବନେଶ୍ଵର ସାମନ୍ତ ବିହାରସ୍ଥିତ ଏମ-୬ରେ ରହିଥିଲା। ଚଳିତ ମାର୍ଚ୍ଚ ମାସଠାରୁ ସୂର୍ଯ୍ୟନଗରଠାରେ ନୂଆ ଅଫିସ କାର୍ଯ୍ୟକ୍ଷମ ହେଉଛି। ତେଣୁ ‘ଓଡ଼ିଶାଲାଇଭ୍’ ସହ ଯୋଡ଼ି ହୋଇ ରହିଥିବା ଦର୍ଶକ, ପାଠକ, ପାର୍ଟନର ଏବଂ ଶୁଭେଚ୍ଛୁମାନେ ନୂତନ କାର୍ଯ୍ୟାଳୟ ଠିକଣାରେ ଯୋଗାଯୋଗ କରିବାକୁ ଅନୁରୋଧ।

୨୦୧୧ ମସିହା ଡିସେମ୍ବର ମାସରୁ ଆରମ୍ଭ ହୋଇଥିଲା ଓଡ଼ିଶାଲାଇଭ୍ ୟୁଟ୍ୟୁବ୍ ଚ୍ୟାନେଲ। ଓଡ଼ିଶାର ଖବର ସହିତ କଳା, ସାହିତ୍ୟ, ସଂସ୍କୃତି, ବିଭିନ୍ନ ଇଭେଣ୍ଟ ଉପରେ ଆଧାରିତ ଭିଡିଓ ଏବଂ ସ୍ୱତନ୍ତ୍ର ସାକ୍ଷାତକାର ଆଦି ପ୍ରସାରଣ କରି ‘ଓଡ଼ିଶାଲାଇଭ୍’ ଆଜି ଓଡ଼ିଶାର ଏକ ଅଗ୍ରଣୀ ଡିଜିଟାଲ ମିଡିଆ ନେଟୱର୍କ ଭାବେ ପରିଚୟ ହାସଲ କରିପାରିଛି।

ଏହି ମିଡିଆ ନେଟୱର୍କ ଅଧୀନରେ ରହିଛି ‘ଓଡ଼ିଶାଲାଇଭ୍’ (www.odisha.live) ନ୍ୟୁଜ୍ ପୋର୍ଟାଲ୍। ତା’ ଛଡ଼ା ଓଡ଼ିଶାଲାଇଭ୍‌ ଏହାର ଫେସବୁକ୍‌, ଇନଷ୍ଟାଗ୍ରାମ୍‌, ୟୁଟ୍ୟୁବ୍‌, ଡେଲିହଣ୍ଟ ଆଦି ସୋସିଆଲ୍‌ ମିଡିଆ ପେଜ୍‌ ମଧ୍ୟମରେ ପାଠକ ଓ ଦର୍ଶକମାନଙ୍କ ପାଖରେ ପହଞ୍ଚି ପାରୁଛି।

‘ଓଡ଼ିଶାଲାଇଭ’ ଅଫିସର ନୂଆ ଠିକଣା:
ପ୍ଲଟ ନମ୍ବର: ଏ/୨୩
ସୂର୍ଯ୍ୟ ନଗର, ୟୁନିଟ-୭
ଭୁବନେଶ୍ଵର, ଓଡ଼ିଶା
ପିନ୍ – ୭୫୧୦୦୩

 

Tags: #OdishaLIVE #MediaNetwork #DigitalMedia #OdishaLIVEYouTube #NewAdress #CommunicationServices

Comment