ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶାରେ ଜାନୁଆରି ୧୩ ତାରିଖରୁ ୨୯ ତାରିଖ ଯାଏଁ ଆୟୋଜିତ ହେବ ହକି ପୁରୁଷ ବିଶ୍ଵକପ। ହକି ମହାକୁମ୍ଭ ଅବସରରେ ଭାରତୀୟ ଦଳର ପ୍ରଦର୍ଶନକୁ ନେଇ ସମୀକ୍ଷା କରିବେ ବରିଷ୍ଠ କ୍ରୀଡ଼ା ସାମ୍ବାଦିକ ସମ୍ବିତ ମହାପାତ୍ର। ଓଡ଼ିଶାଲାଇଭର ସ୍ଵତନ୍ତ୍ର କାର୍ଯ୍ୟକ୍ରମ ‘ସମ୍ବିତଙ୍କ ସମୀକ୍ଷା’ରେ ବିଶ୍ଵକପ ସମ୍ବନ୍ଧୀୟ ଏହି ଚର୍ଚ୍ଚା ହେବ।

ପୁରୁଷ ହକି ବିଶ୍ଵକପରେ ଭାରତର ମ୍ୟାଚ ପୂର୍ବଦିନ ଏବଂ ପରଦିନ ଏହି କାର୍ଯ୍ୟକ୍ରମ ଦେଖିବାକୁ ମିଳିବ। ମ୍ୟାଚ ପୂର୍ବଦିନ କାର୍ଯ୍ୟକ୍ରମରେ ଟିମ୍ ଇଣ୍ଡିଆର ସ୍ଥିତି, କ୍ଷମତା, ଆସୁଥିବା ମ୍ୟାଚ ପାଇଁ ଦଳର ରଣନୀତି, ଦଳରେ ଥିବା ଖେଳାଳିମାନଙ୍କ ସମ୍ବନ୍ଧରେ ଆଲୋଚନା ହେବ। ଏହାଛଡ଼ା ଭାରତ ବିପକ୍ଷ ଦଳ ବିଷୟରେ ମଧ୍ୟ ସମୀକ୍ଷା କରିବେ ସମ୍ବିତ ମହାପାତ୍ର।

ଭାରତର ପ୍ରତି ମ୍ୟାଚ ପରେ ଦଳର ପ୍ରଦର୍ଶନ, ବିଶ୍ଵକପରେ ଦଳର ସ୍ଥିତି ଏବଂ ଆଗକୁ ଆସୁଥିବା ମ୍ୟାଚ ବିଷୟରେ ଆଲୋଚନା କରାଯିବ। ଓଡ଼ିଶାଲାଇଭ୍ ୟୁଟ୍ୟୁବ ଚ୍ୟାନେଲରେ ଏହି କାର୍ଯ୍ୟକ୍ରମ ଦେଖିବାକୁ ମିଳିବ।

Tags: #HockeyMen’sWorldCup2023 #TeamIndia #OdishaLive #SpecialProgram #SambitnkaSamikhya #SambitMohapatra #Hockey

Comment