ଓଡ଼ିଶାଲାଇଭ୍‌ ବ୍ୟୁରୋ

ଓଡ଼ିଶାର ଆଗଧାଡ଼ିର ଡିଜିଟାଲ୍ ମିଡିଆ କମ୍ପାନି ‘ଓଡିଶାଲାଇଭ୍’ ପାଇଁ ‘ସିନିଅର ପ୍ରଡ୍ୟୁସର୍–କମ୍–ପ୍ରୋଜେକ୍ଟ ମ୍ୟାନେଜର୍’ ପଦବୀ ଲାଗି ବିଜ୍ଞାପନ ପ୍ରକାଶ ପାଇଛି। ଏଥିପାଇଁ ଆଗ୍ରହୀ ପ୍ରାର୍ଥୀମାନେ ଚଳିତ ମାସ ୨୯ ତାରିଖ ସୁଦ୍ଧା ଆବେଦନ କରିବାକୁ କମ୍ପାନି ପକ୍ଷରୁ ସୂଚନା ଦିଆଯାଇଛି।

ବୟସ ସୀମା: ୨୫ରୁ ୪୫ ବର୍ଷ

ଶିକ୍ଷାଗତ ଯୋଗ୍ୟତା: ପ୍ରାର୍ଥୀ କୌଣସି ବିଷୟରେ ସ୍ନାତକୋତ୍ତର ଡିଗ୍ରୀ ହାସଲ କରିଥିବେ। ଜର୍ଣ୍ଣାଲିଜିମ୍ ଆଣ୍ଡ ମାସ୍ କମ୍ୟୁନିକେସନ୍, ସୋସିଆଲ୍ କମ୍ୟୁନିକେସନ୍ ବା ଡିଜିଟାଲ୍ କମ୍ୟୁନିକେସନ୍ ଆଦି ବିଷୟରେ ଡିପ୍ଲୋମା କିମ୍ବା ଡିଗ୍ରୀ କରିଥିବା ପ୍ରାର୍ଥୀଙ୍କୁ ଅଗ୍ରାଧିକାର ଦିଆଯିବ।

ଅଭିଜ୍ଞତା: ଅଡିଓ ଭିଜୁଆଲ୍ ମିଡିଆ (ଟେଲିଭିଜନ୍, ମିଡିଆ ଏଜେନ୍ସି ଇତ୍ୟାଦି)କ୍ଷେତ୍ରରେ ଅନ୍ତତଃ ୫ ବର୍ଷର ଅଭିଜ୍ଞତା ଥିବା ଆବଶ୍ୟକ। ଯେଉଁ ପ୍ରାର୍ଥୀମାନେ ବୁଲେଟିନ୍ ପ୍ରଡ୍ୟୁସର୍, ଆସିଷ୍ଟାଣ୍ଟ ପ୍ରଡ୍ୟୁସର୍, ନ୍ୟୁଜ୍ ପ୍ରଡ୍ୟୁସର୍, ନ୍ୟୁଜ୍ ଏଡିଟର୍, ଆଉଟପୁଟ୍ ପ୍ରଡ୍ୟୁସର୍, ଡକୁମେଣ୍ଟାରି ପ୍ରଡ୍ୟୁସର୍, ଫିଲ୍ଡ ପ୍ରଡ୍ୟୁସର୍ ବା ଅନୁରୂପ ପଦବୀରେ କାମ କରିଥିବେ ସେମାନଙ୍କୁ ଅଗ୍ରାଧିକାର ଦିଆଯିବ।

ପଦବୀ ସଂଖ୍ୟା: ୨(ଗୋଟିଏ ପଦବୀ ମହିଳାଙ୍କ ପାଇଁ ସଂରକ୍ଷିତ)

ଦକ୍ଷତା:

  • ଅଡିଓ ଭିଜୁଆଲ୍ ମିଡିଆରେ ପ୍ରାର୍ଥୀଙ୍କର ଦକ୍ଷତା ଥିବ
  • ଡିଜିଟାଲ୍ ମିଡିଆ ବା ସୋସିଆଲ୍ ମିଡିଆ ଲାଗି କଣ୍ଟେଣ୍ଟ ପ୍ରସ୍ତୁତି ବା ପ୍ରଡକ୍ସନ (ଟେକ୍ସଟ, କ୍ରିଏଟିଭ୍, ଭିଡିଓ ଇତ୍ୟାଦି) କ୍ଷେତ୍ରରେ ସର୍ବନିମ୍ନ ଦକ୍ଷତା ବା ଅନୁଭୂତି ଥିବ
  • ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାର (ନ୍ୟୁଜ୍, ଫିଚର୍, ଡକୁମେଣ୍ଟାରି, ସର୍ଟ ଭିଡିଓ ଏବଂ ସୋସିଆଲ୍ ମିଡିଆ ଭିଡିଓ ଇତ୍ୟାଦି) ଭିଡିଓ ଲାଗି ସ୍କ୍ରିପ୍ଟ ପ୍ରସ୍ତୁତି କ୍ଷେତ୍ରରେ ଦକ୍ଷତା ଥିବ
  • ଇଂରାଜୀ ଭାଷାରେ କାମ କରିବାର ସର୍ବନିମ୍ନ ଦକ୍ଷତା ରହିଥିବ
  • ଟିମ୍ ପରିଚାଳନା, ବିଶେଷକରି ନେତୃତ୍ଵ ନେବାର ଅନୁଭୂତି ଓ ଦକ୍ଷତା ଥିବ

ଦରମା ହାର: ମାସିକ ୩୫,୦୦୦ରୁ ୫୦,୦୦୦ ଟଙ୍କା

ଭୂମିକା ଦାୟିତ୍ଵ:

  • ଦୈନନ୍ଦିନ ଭିଡିଓ ପ୍ରଡକ୍ସନ (ଫିଲ୍ଡ ପ୍ରଡକ୍ସନ ଏବଂ ପୋଷ୍ଟ ପ୍ରଡକ୍ସନ) କାର୍ଯ୍ୟର ଯୋଜନା ଓ ତଦାରଖ
  • ସ୍ଵତନ୍ତ୍ର ପ୍ରୋଗ୍ରାମ୍ ବା କ୍ୟାମ୍ପେନ୍ ଲାଗି ଯୋଜନା ଓ ତଦାରଖ
  • ପ୍ରଡକ୍ସନ୍ ଡିଜାଇନ୍, ବଜେଟ୍ ପ୍ରସ୍ତୁତି ଓ ପ୍ରଡକ୍ସନ୍ କୋଅର୍ଡିନେସନ୍
  • କମର୍ସିଆଲ୍ ପ୍ରଡକ୍ସନ କ୍ଷେତ୍ରରେ କମ୍ପାନିର ଗ୍ରାହକ ବା ପାର୍ଟନରଙ୍କ ସହ ସମନ୍ଵୟ
  • କମ୍ପାନିର ଡିଜିଟାଲ୍ ମିଡିଆ ଟିମ୍ ସହ ସମନ୍ଵୟ
  • ଟିମ୍ ପରିଚାଳନା
  • ପ୍ରୋଜେକ୍ଟ ପରିଚାଳନା

ଆବେଦନ ଶେଷ ତାରିଖ: ୨୯ ଫେବ୍ରୁଆରି ୨୦୨୦

ଯୋଗାଯୋଗ: ଇମେଲ୍ ଠିକଣା ceo@odisha.live, accounts@oldigital.in

କମ୍ପାନି ସମ୍ପର୍କରେ: ୨୦୧୨ ମସିହାରେ ପ୍ରତିଷ୍ଠିତ ‘ଏକାଡେମି ଫର୍ ମିଡିଆ ଲର୍ଣ୍ଣିଙ୍ଗ୍ ପ୍ରାଇଭେଟ୍ ଲିମିଟେଡ୍’ ଅଧୀନରେ ରହିଛି ‘ଓଡ଼ିଶାଲାଇଭ୍’ ଏବଂ ‘ଓଏଲ୍ ଡିଜିଟାଲ୍’।

ଓଡ଼ିଶାଲାଇଭ୍ ରାଜ୍ୟର ଏକ ଅଗ୍ରଣୀ ଡିଜିଟାଲ୍ ମିଡିଆ ପ୍ଲାଟଫର୍ମ ଭାବରେ ପରିଚିତ। ଏହାର ନ୍ୟୁଜ୍ ପୋର୍ଟାଲ୍ www.odisha.live ଓଡ଼ିଶା ସରକାରଙ୍କ ସୂଚନା ଓ ଲୋକସମ୍ପର୍କ ବିଭାଗ ଅଧୀନରେ କାଟାଗୋରି–A ବର୍ଗରେ ସ୍ଥାନିତ ହୋଇଛି। ସେହିଭଳି ଭାରତର ଲୋକପ୍ରିୟ ମୋବାଇଲ୍ ଆପ୍ ଡେଲିହଣ୍ଟ ଏବଂ ଜିଓ ନ୍ୟୁଜ୍ ଆଦି ପ୍ଲାଟଫର୍ମରେ ସ୍ଥାନ ପାଇ ଓଡ଼ିଶାଲାଇଭ୍ ଦେଶ ବିଦେଶରେ ପାଠକ ଓ ଦର୍ଶକମାନଙ୍କ ପାଖରେ ପହଞ୍ଚିପାରିଛି। ଫେସବୁକ୍, ଟୁଇଟର୍, ଇନଷ୍ଟାଗ୍ରାମ୍, ୟୁଟ୍ୟୁବ୍ ଏବଂ ହେଲୋ ଭଳି ସୋସିଆଲ୍ ମିଡିଆ ପ୍ଲାଟଫର୍ମ ମାଧ୍ୟମରେ ଓଡ଼ିଶାଲାଇଭ୍ ଏକ ଲୋକପ୍ରିୟ ଚ୍ୟାନେଲ୍ ଭାବେ ସ୍ଵତନ୍ତ୍ର ପରିଚୟ ହାସଲ କରିଛି।

ଓଏଲ୍ ଡିଜିଟାଲ୍ ହେଉଛି କମ୍ପାନିର ମିଡିଆ ଏଜେନ୍ସି। ବିଭିନ୍ନ ସରକାରୀ ବିଭାଗ, କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଉଦ୍ୟୋଗ ତଥା ଘରୋଇ କ୍ଷେତ୍ର ସହ ୟୁନିସେଫ୍ ଭଳି ଅନ୍ତର୍ଜାତୀୟ ସଂସ୍ଥାର ଅନୁବନ୍ଧିତ ମିଡିଆ ଓ କମ୍ୟୁନିକେସନ୍ ଏଜେନ୍ସି ଭାବେ ଓଏଲ୍ ଡିଜିଟାଲ୍ ପ୍ରିଣ୍ଟ, ଭିଡିଓ ଏବଂ ଡିଜିଟାଲ୍ ବିଭାଗରେ ବିଭିନ୍ନ ସେବା ଯୋଗାଇ ଦେଇ ଆସୁଛି।

ବରିଷ୍ଠ ସାମ୍ବାଦିକ ତଥା କମ୍ୟୁନିକେସନ୍ ସ୍ପେସାଲିଷ୍ଟ ନୀଳାମ୍ବର ରଥ କମ୍ପାନିର ସହପ୍ରତିଷ୍ଠାତା, ପରିଚାଳନା ନିର୍ଦ୍ଦେଶକ ତଥା ସିଇଓ ଭାବେ କାର୍ଯ୍ୟ କରୁଛନ୍ତି।

ଏହି ଅତ୍ୟାଧୁନିକ କମ୍ୟୁନିକେସନ୍ କମ୍ପାନି ଯୁବପିଢ଼ିର ପ୍ରତିଭାମାନଙ୍କୁ ଅଗ୍ରାଧିକାର ଦେଇ ନ୍ୟୁଜ୍ ମିଡିଆ ସହ କ୍ରିଏଟିଭ୍ ମିଡିଆ ଏଜେନ୍ସି ଭଳି ଦୁଇଟି ବିଭାଗରେ କାମ କରି ରାଜ୍ୟ ତଥା ବାହାରେ ନାଁ କରିପାରିଛି।

Comment