ଓଡ଼ିଶାଲାଇଭ୍‌ ବ୍ୟୁରୋ

ଗୁଗଲ, ୱାଲମାର୍ଟ ଓ ଫ୍ଲିପକାର୍ଟ ମିଶି ଆମାଜନକୁ ଟକ୍କର ଦେବା ପାଇଁ ପ୍ରସ୍ତୁତ ହେଉଛନ୍ତି। ଆମାଜନକୁ ଡାଉନ କରିବା ଲକ୍ଷ୍ୟ ନେଇ ୱାଲମାର୍ଟ ଭାରତର ସବୁଠାରୁ ବଡ଼ ଇ-କମର୍ସ କମ୍ପାନି ଫ୍ଲିପକାର୍ଟର ଏକ ବଡ଼ ଅଂଶ କିଣିବା ପାଇଁ ଚେଷ୍ଟା କରୁଥିବା ଜଣାପଡିଛି। 

ଗୁଗଲ, ୱାଲମାର୍ଟ ଓ ଫ୍ଲିପକାର୍ଟ ମିଶି ଆମାଜନକୁ ଟକ୍କର ଦେବା ପାଇଁ ପ୍ରସ୍ତୁତ ହେଉଛନ୍ତି। ୱାଲମାର୍ଟ ଓ ଗୁଗଲର ପ୍ୟାରେଣ୍ଟ କମ୍ପାନି ଆଲଫାବେଟ ଆମେରିକା ବାହାରେ ଆମାଜନକୁ ଖସାଇବା ପାଇଁ ଉଦ୍ୟମ ଆରମ୍ଭ କରିଛି। ଏଣୁ ରିଟେଲ ବା ଖୁଚୁରା ବଜାରରେ ପଶିବା ପାଇଁ କମ୍ପାନି ପକ୍ଷରୁ ଯୋଜନା ଚାଲିଛି। ତେବେ ଆମାଜନକୁ କ’ଣ ପ୍ରକୃତରେ ଟକ୍କର ଦେଇହେବ? ଏହା ସବୁଠାରୁ ବଡ଼ ପ୍ରଶ୍ନ ହୋଇ ରହିଛି।

ଆମାଜନକୁ ଡାଉନ କରିବା ଲକ୍ଷ୍ୟ ନେଇ ୱାଲମାର୍ଟ ଭାରତର ସବୁଠାରୁ ବଡ଼ ଇ-କମର୍ସ କମ୍ପାନି ଫ୍ଲିପକାର୍ଟର ଏକ ବଡ଼ ଅଂଶ କିଣିବା ପାଇଁ ଚେଷ୍ଟା କରୁଥିବା ଜଣାପଡିଛି। ଏହି ଭାଗିଦାରୀରେ ୱାଲମାର୍ଟ ଗୁଗଲକୁ ବି ଯୋଡ଼ିବାକୁ ଚାହୁଁଛି। ଯଦି ଏହି ଡିଲଟି ଚୂଡାନ୍ତ ହୁଏ ତେବେ ଇ-କମର୍ସ ଇଣ୍ଡଷ୍ଟ୍ରିରେ ଏହା ସବୁଠାରୁ ବଡ଼ ଅଧିଗ୍ରହଣ ହେବ। ଏହାପୂର୍ବରୁ ୱାଲମାର୍ଟ ୨୦୧୬ରେ ଜେଟ ଡଟ କମ୍‌କୁ ୩.୩ ବିଲିୟନ ଡ଼ଲାରରେ ଅଧିଗ୍ରହଣ କରିଥିଲା।

ୱାଲମାର୍ଟର ଆଖି ଏବେ ଭାରତ ଉପରେ ପଡିଛି। ବିଶେଷକରି କୃଷିଜାତ ପଦାର୍ଥ ଉପରେ ୱାଲମାର୍ଟ ତା’ର ଉପସ୍ଥିତିକୁ ଜାହିର କରିବା ପାଇଁ ଚାହୁଁଛି।

ଦେଶର ବ୍ୟବସାୟ ପରିସଂଖ୍ୟାନ ଅନୁସାରେ ୨୦୨୭ ସୁଦ୍ଧା ଭାରତର ଉପଭୋକ୍ତା ବଜାର ୩.୩  ଟ୍ରିଲିୟନ(ଲକ୍ଷ କୋଟି) ଡ଼ଲାରରେ ପହଞ୍ଚିବ। ୨୦୧୬ରେ ଏହା ୧.୩ ଟ୍ରିଲିଅନ ଥିଲା।

ସେହିଭଳି ରିଟେଲ ମାର୍କେଟ ବି ୬୫୦ ବିଲିଅନ ଡଲାରରୁ ବଢି ୧.୮ ଟ୍ରିଲିଅନ ଡ଼ଲାରରେ ପହଂଚିବା ଆକଳନ କରାଯାଇଛି। ଖାଦ୍ୟ ଓ ଗ୍ରୋସେରି ବଜାର ମଧ୍ୟ ବଢି ବଢି ୧.୧ ଟ୍ରିଲିଅନ ଡ଼ଲାରରେ ପହଁଚିବା ଆଶା କରାଯାଉଛି।

ଗୁଗଲ ମଧ୍ୟ ଏବେ ଭାରତୀୟ ବଜାରରେ ପଶିବା ପାଇଁ କସରତ ଆରମ୍ଭ କରିସାରିଛି। ଏହି କମ୍ପାନି ବର୍ତ୍ତମାନ ଟେକ୍ନୋଲୋଜି ପଦାର୍ଥକୁ ବିକିବାପାଇଁ ଚେଷ୍ଟା ଚଳାଇଛି। ଏଥିରେ ଗୁଗଲର ‘ପିକସେଲ’ ସ୍ମାର୍ଟ ଫୋନ ଅନ୍ତର୍ଭୁକ୍ତ।

LEAVE A REPLY

Please enter your comment!
Please enter your name here