ଓଡ଼ିଶାଲାଇଭ୍ ବ୍ୟୁରୋ

ଜଣାଶୁଣା ଅନଲାଇଲ ସପିଂ ସାଇଟ ଆମାଜନ। ଏହାର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ(ସିଇଓ) ଥିଲେ ଜେଫ ବେଜୋସ। ସେ ଫେବ୍ରୁଆରି ୩ରେ ଏହି ପଦରୁ ଇସ୍ତଫା ଦେଇଛନ୍ତି । ଆମାଜନକୁ ସଫଳତାର ଶୀର୍ଷରେ ପହଞ୍ଚାଇବା ପଛରେ ବେଜୋସଙ୍କ ହାତ ରହିଛି। ପ୍ରଥମେ ସେ ପୁରୁଣା ବହି ବିକ୍ରିରୁ ନିଜର ବ୍ୟବସାୟ ଆରମ୍ଭ କରିଥିଲେ। ବର୍ତ୍ତମାନ ଆମାଜନ ଆପ୍ ଜରିଆରେ ଲୋକମାନେ ଘରେ ବସି ଭିନ୍ନ ଭିନ୍ନ ବ୍ରାଣ୍ଡର ଜିନିଷ କିଣିପାରୁଛନ୍ତି।

ଜେଫ ବେଜୋସଙ୍କ ଏଭଳି ସଫଳତା ପଛରେ ଅନେକ ସଂଘର୍ଷର କାହାଣୀ ରହିଛି। ଏଥିପାଇଁ ତାଙ୍କୁ ବହୁତ କ୍ଷତି ସହିବାକୁ ମଧ୍ୟ ପଡ଼ିଛି। ଖବର ଅନୁସାରେ, ସେ ଏହି ସିଇଓ ପଦରୁ ଇସ୍ତଫା ଦେଇଛନ୍ତି। ଦୀର୍ଘ ୨୭ ବର୍ଷ ହେବ ସେ ଏହି କମ୍ପାନୀର ସିଇଓ ଭାବେ କାର୍ଯ୍ୟ କରି ଆସୁଥିଲେ। କିନ୍ତୁ ବେଜୋସ ଆମାଜନର ସିଇଓ ପଦ ଛାଡ଼ି ସେହି କମ୍ପାନୀ ବୋର୍ଡର କାର୍ଯ୍ୟନିର୍ବାହୀ ଅଧ୍ୟକ୍ଷ(ଏକଜିକ୍ୟୁଟିଭ୍ ଚେଆରମ୍ୟାନ) ହେବାକୁ ଚାହୁଁଛନ୍ତି। ତାଙ୍କ ପରେ କମ୍ପାନିର ନୂଆ ସିଇଓ ଭାବେ ଦାୟିତ୍ୱ ନେଇଛନ୍ତି ଏଣ୍ଡି ଜୈସୀ। ଜୈସୀ ପୂର୍ବରୁ ଆମାଜନ ୱେବ ସର୍ଭିସର ସିଇଓ ଥିଲେ।

ଆମାଜନର ସିଇଓ ପଦ ହେଉଛି ବଡ଼ ଗୁରୁତ୍ୱପୂର୍ଣ୍ଣ ପଦ। ଏଥିପାଇଁ ସେ କମ୍ପାନିର ଅଲଗା ଦିଗରେ ଧ୍ୟାନ ଦେଇପାରୁ ନଥିଲେ ଏବଂ ତାଙ୍କର ଅନ୍ୟାନ୍ୟ କାମ ମଧ୍ୟ କରିପାରୁନଥିଲେ କହିଛନ୍ତି ଜେଫ ବେଜୋସ। ଅନେକ ବର୍ଷରୁ ସେ ଏହି କମ୍ପାନିରେ ସିଇଓ ଭାବେ କାର୍ଯ୍ୟ କରି ଆସୁଥିଲେ ସତ, କିନ୍ତୁ ବର୍ତ୍ତମାନ ସେ ଏଥିରୁ ସ୍ୱ ଇଚ୍ଛାରେ ଇସ୍ତଫା ଦେଇଛନ୍ତି ବୋଲି କହିଥିଲେ।

କେବେଠୁ ଆରମ୍ଭ ଆମାଜନ:

ଅନେକ କମ୍ପାନିରେ ବେଜୋସ କାମ କରିବା ପରେ ଶେଷରେ ଏକ ଅନଲାଇନ ବୁକ୍ ଷ୍ଟୋର କଲେ। ସେହିଠାରୁ ବେଜୋସଙ୍କ ଭାଗ୍ୟ ପରିବର୍ତ୍ତନ ହୋଇଥିଲା। ୧୯୯୪ ମସିହାରେ ଏକ ଗ୍ୟାରେଜ ସେ ଆମାଜନ ଆରମ୍ଭ କରିଥିଲେ। ପରେ ୧୯୯୫ ରେ ଆମାଜନର ଏକ ସାଇଟ ଖୋଲି, ସେଥିରେ ପୁରୁଣା ବହି ବିକ୍ରି କରିବା ଆରମ୍ଭ କରିଦେଲେ। ଆମାଜନ ରିପୋର୍ଟ ମୂତାବକ, ୧୯୯୭ ରେ କମ୍ପାନି ପାଖରେ ୧୫ଲକ୍ଷରୁ ଅଧିକ ଗ୍ରାହକ ହୋଇସାରିଥିଲେ। ୨୦୦୫ ମସିହା ଠାରୁ କମ୍ପାନି ବ୍ୟବସାୟରେ ଲାଭ ହୋଇଥିଲା।

ଆମାଜନର ମୂଳ ନାମ :

କମ୍ପାନିର ନାମ ଆମାଜନ ରଖିବାକୁ ଭାବିନଥିଲେ ବେଜୋସ। ତାଙ୍କୁ ‘ଆବରା କା ଡାବରା’ ନାମ ବହୁତ ପସନ୍ଦ ଆସିଥିଲା ଯେ, ସେ କମ୍ପାନିର ନାମ ଆମାଜନ ପରିବର୍ତ୍ତେ ‘କାଡାବ୍ରା’ ରଖିଥିଲେ। ପରେ ଏହି ନାମକୁ ପରିବର୍ତ୍ତନ କରି ‘କାଡାବ୍ରା’ ରଖିଲେ।

ବେଜୋସଙ୍କ ଦରମା :

ବେଜୋସଙ୍କ ପାଖରେ ଆମାଜନର ପ୍ରାୟ ୭.୫୦ ମିଲିୟନରୁ ଅଧିକ ସେୟାର ରହିଛନ୍ତି। ତାଙ୍କର ବର୍ଷେିକ ଆୟ ପ୍ରାୟ ୮୧,୮୪୦ ଡଲାର ଅର୍ଥାତ୍ ଭାରତୀୟ ମୁଦ୍ରା ଅନୁସାରେ ପ୍ରାୟ ୬୦ ଲକ୍ଷ ଟଙ୍କା ପାଉଥିଲେ। ଏହା ବ୍ୟତୀତ ସେ ୧.୬ ମିଲିୟନ ଡଲାର ଅର୍ଥାତ୍ ପ୍ରାୟ ୧୧.୫୦ କୋଟି ଟଙ୍କା କ୍ଷତିପୂରଣ ମଧ୍ୟ ପାଇଛନ୍ତି।

ବେଜୋସଙ୍କୁ ମିଳିଥିବା ସମ୍ମାନ :

୧୯୯୯ ରେ, ଜେଫ୍ ବେଜୋସଙ୍କୁ ଟାଇମ୍ ମାଗାଜିନ୍ ତରଫରୁ ‘ପର୍ସନ୍ ଅଫ୍ ଦି ଇୟର’ ଏବଂ ‘କିଙ୍ଗ୍ ଅଫ୍ ସାଇବର କମର୍ସ’ ନାମରେ ନାମିତ କରାଯାଇଥିଲା। ବେଜୋସ ହେଉଛନ୍ତି ଚତୁର୍ଥ ଯୁବକ ଯିଏକି ୩୫ ବର୍ଷ ବୟସରେ ନିଜର ସଫଳତା ପାଇଁ ସମ୍ମାନୀତ ହୋଇଥିଲେ।

Comment