ଓଡ଼ିଶାଲାଇଭ୍‌ ବ୍ୟୁରୋ

ଇ-କମର୍ସ କମ୍ପାନି ଆମାଜନର ପ୍ରତିଷ୍ଠାତା ଜେଫ୍‌ ବେଜୋସ୍‌ ଭାରତ ଆସିବେ। ଆସନ୍ତା ବର୍ଷ ଜାନୁଆରି ମାସରେ ତାଙ୍କର ଭାରତ ଆସିବାର କାର୍ଯ୍ୟକ୍ରମ ରହିଛି। ଏହି ଗସ୍ତରେ ସେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟି ପାରନ୍ତି।

ଆସନ୍ତ ବର୍ଷ ଜାନୁଆରି ମାସରେ ଆମାଜନ ପକ୍ଷରୁ ଭାରତରେ କ୍ଷୁଦ୍ର ଓ ମଧ୍ୟମ ଶିଳ୍ପର ବାର୍ଷିକ ସମ୍ମିଳନୀ ଆୟୋଜିତ ହେବାକୁ ଯାଉଛି। ଏହି କାର୍ଯ୍ୟକ୍ରମକୁ ଜେଫ୍‌ ବେଜୋସ୍‌ ଉଦ୍‌ଘାଟନ କରିବେ।

ନିକଟରେ ଜେଫ୍‌ ବେଜୋସ୍‌ ଦୁନିଆର ଶ୍ରେଷ୍ଠ ଧନୀ ବ୍ୟକ୍ତି ତାଲିକାର ଦ୍ୱିତୀୟ ସ୍ଥାନକୁ ଖସି ଆସିଛନ୍ତି। ମାଇକ୍ରୋସଫ୍ଟର ସହ-ପ୍ରତିଷ୍ଠାତା ବିଲ୍‌ ଗେଟ୍‌ସ ଜେଫ୍‌ ବେଜୋସ୍‌ଙ୍କୁ ପଛରେ ପକାଇ ପୁଣିଥରେ ଶ୍ରେଷ୍ଠ ଧନୀ ହୋଇଛନ୍ତି।

Comment