ଓଡ଼ିଶାଲାଇଭ୍‌ ବ୍ୟୁରୋ

ଦୁନିଆର ଶ୍ରେଷ୍ଠ ସଫ୍ଟୱେର୍‌ କମ୍ପାନି ମାଇକ୍ରୋସଫ୍ଟର ସହ ପ୍ରତିଷ୍ଠାତା ବିଲ୍‌ ଗେଟ୍‌ସ ପୁଣି ଥରେ ବିଶ୍ୱର ଶ୍ରେଷ୍ଠ ଧନୀ ବ୍ୟକ୍ତି ହୋଇପାରିଛନ୍ତି। ପ୍ରାୟ ଦୁଇ ବର୍ଷ ପରେ ବିଲ୍‌ ଗେଟ୍‌ସ ଆମାଜନର ପ୍ରତିଷ୍ଠାତା ଜେଫ୍‌ ବେଜୋସ୍‌ଙ୍କୁ ପଛରେ ପକାଇ ପୁଣିଥରେ ଶ୍ରେଷ୍ଠ ଧନୀ ହୋଇଛନ୍ତି। ଏନେଇ ଖବର ସରବରାହ ସଂସ୍ଥା ବ୍ଲୁମ୍‌ବର୍ଗରେ ଏକ ରିପୋର୍ଟ ପ୍ରକାଶ ପାଇଛି।

୨୦୧୭ ମସିହାରେ ବିଲ୍‌ ଗେଟ୍‌ସଙ୍କୁ ପଛରେ ପକାଇ ଜେଫ୍‌ ବେଜୋସ୍‌ ଦୁନିଆର ଶ୍ରେଷ୍ଠ ଧନି ତାଲିକାରେ ଆଗରେ ରହିଥିଲେ। ହେଲେ ନିକଟରେ ବିଲ୍‌ ଗେଟ୍‌ସ ପୁଣି ନିଜ ସ୍ଥାନକୁ ଫେରିପାଇଛନ୍ତି। ବିଲ୍‌ ଗେଟ୍‌ସଙ୍କ ନେଟ୍‌ ୱର୍ଥ ବା ମୋଟ ସମ୍ପତ୍ତିର ମୂଲ୍ୟ ୧୧୦ ବିଲିୟନ ଡଲାର(୭.୮୯ ଲକ୍ଷ କୋଟି ଟଙ୍କା) ରହିଥିବା ବେଳେ ଜେଫ୍‌ ବେଜୋସ୍‌ଙ୍କ ୧୦୯ ବିଲିୟନ୍‌ ଡଲାର(୭.୮୨ ଲକ୍ଷ କୋଟି ଟଙ୍କା) ରହିଛି।

ନିକଟରେ ମାଇକ୍ରୋସଫ୍ଟକୁ ୧୦ ବିଲିୟନ ଡଲାରର ଏକ ବଡ଼ କଣ୍ଟାକ୍ଟ ମିଳିଛି। ଏହା ଫଳରେ କମ୍ପାନିର ସେୟାରରେ ଜବରଦସ୍ତ ବୃଦ୍ଧି ଦେଖିବାକୁ ମିଳିଥିଲା। ଏଥିସହିତ ବଲ୍‌ ଗେଟ୍‌ସ ପୁଣି ଥରେ ବିଶ୍ୱର ଶ୍ରେଷ୍ଠ ଧନୀ ବ୍ୟକ୍ତି ହୋଇପାରିଛନ୍ତି।

ସୂଚନାଯୋଗ୍ୟ, ଆମେରିକାର ପ୍ରତିରକ୍ଷା ବିଭାଗ ପେଣ୍ଟାଗନ୍‌ ପକ୍ଷରୁ ମାଇକ୍ରୋସଫ୍ଟ କମ୍ପାନିକୁ ୧୦ ବିଲିୟନ ଡଲାରର କଣ୍ଟ୍ରାକ୍ଟ ମିଳିଛି। ଏହି କଣ୍ଟ୍ରାକ୍ଟ ପାଇଁ ଜେଫ୍‌ ବେଜାସ୍‌ ମଧ୍ୟ ତାଲିକାରେ ଥିଲେ। ହେଲେ କଣ୍ଟ୍ରାକ୍ଟ ମିଳିଲା ମାଇକ୍ରୋସଫ୍ଟକୁ।

Comment