ଓଡ଼ିଶାଲାଇଭ୍‌ ବ୍ୟୁରୋ

କରୋନା ମହାମାରୀ ଯୋଗୁଁ ବିଶ୍ୱବ୍ୟାପି ବ୍ୟବସାୟ ପ୍ରତିଷ୍ଠାନର କାରବାରରେ ବାଧା ସୃଷ୍ଟି ହୋଇଛି। କିନ୍ତୁ ମାଇକ୍ରୋସଫ୍ଟ-ଆଇଡିସି ପକ୍ଷରୁ ହୋଇଥିବା ଅଧ୍ୟୟନରୁ ଜଣାପଡ଼ିଛି ଯେ ନୂଆ ଜ୍ଞାନକୌଶଳ ଗ୍ରହଣ କରୁଥିବା ବ୍ୟବସାୟିକ ସଂସ୍ଥା ଭାରତର ଆର୍ଥିକ ପୁନରୁଦ୍ଧାର ପାଇଁ ଉପଯୋଗୀ ହୋଇ ପାରିବେ।

ଭାରତ ୭୭ ପ୍ରତିଶତ ବ୍ୟବସାୟିକ ସଂସ୍ଥାରେ ଏଭଳି ଧାରା ଜାରି ରହିଛି। ସେହିପରି ୭୯ ପ୍ରତିଶତ ସଂସ୍ଥା ମହାମାରୀ ସଙ୍କଟ ସମୟରେ ଡିଜିଟାଲ ପଦ୍ଧତିକୁ ଗ୍ରହଣ କରି ସଫଳ ହୋଇ ପାରିଛନ୍ତି। କୋଭିଡ୍‌-୧୯ ପରବର୍ତ୍ତୀ ସମୟରେ ଉତ୍ପାଦ ଏବଂ ସର୍ଭିସ୍ କ୍ଷେତ୍ରରେ ଇନୋଭେସନ୍ ଯୋଗୁଁ ସଫଳତା ମିଳିପାରିଥିବା ୬୪ ପ୍ରତିଶତ ଲୋକ ପ୍ରକାଶ କରିଛନ୍ତି। ସେହିପରି ସେବା କ୍ଷେତ୍ରରେ ଏହା ୩୨.୫ ପ୍ରତିଶତ ରହିଛି।

ପୈସା ବଜାର ଡଟ୍ କମ୍ ଅନୁସାରେ ପୈସା ବଜାର ଷ୍ଟକ୍ ମାଇକ୍ରୋସଫ୍ଟ ଆଜୁରା ଏବଂ ଆଜୁରା ଏଆଇ ଦ୍ୱାରା ବେଶ୍ ସଫଳତା ହାସଲ କରିପାରିଛି। ଏହା ‘କଲଚର ଅଫ୍ ଇନୋଭେସନ: ଫାଉଣ୍ଡେସନ ଫର୍ ବିଜନେସ୍ ରିସିଲିଏନ୍ସ୍ ଆଣ୍ଡ୍ ଇକୋନୋମିକ୍ ରିକଭରି ଇନ୍ ଏସିଆ ପାସିଫିକ୍‌’ ରିପୋର୍ଟରେ କୁହାଯାଇଛି।

ଏହି ରିପୋର୍ଟ ମାଇକ୍ରୋସଫ୍ଟ ଇଣ୍ଡିଆର ମୁଖ୍ୟ ଅପରେଟିଂ ଅଫିସର ରାଜୀବ ସୋଧୀ ଏବଂ ଭାରତ ତଥା ଦକ୍ଷିଣ  ଏସିଆ ଆଇଡିସିର ପରିଚାଳନା ନିର୍ଦ୍ଦେଶକ ବସନ୍ତ ରାଓଙ୍କ ଦ୍ୱାରା ପୈସା ବଜାର ଡଟ୍ କମ୍‌ର ଚିଫ୍ ଟେକ୍ନୋଲୋଜି ଅଫିସର ମୁକେଶ ଶର୍ମା ଏବଂ ପୈସା ବଜାର ଡଟ୍ କମ୍‌ର ଅନ୍‌ସିକ୍ୟୁରଡ୍ ଲୋନ୍ସ ମୁଖ୍ୟ ତଥା ନିର୍ଦ୍ଦେଶକ ଗୌରବ ଅଗ୍ରୱାଲଙ୍କ ଉପସ୍ଥିତିରେ ପ୍ରକାଶ କରାଯାଇଛି।

ସ୍ୱଳ୍ପ ସମୟ ମଧ୍ୟରେ ଗତ ୬ ମାସ ମଧ୍ୟରେ ଭାରତୀୟ ବ୍ୟବସାୟିକ ସଂସ୍ଥା ଇନୋଭେସନ୍ କ୍ଷେତ୍ରରେ ୪ ପ୍ରତିଶତ ବୃଦ୍ଧି କରିଛନ୍ତି। ଡିଜିଟାଲ ଉତ୍ପାଦ ଏବଂ ସର୍ଭିସ୍ କ୍ଷେତ୍ରରେ ଆଗାମୀ ୩ ବର୍ଷରେ ୫୦ ପ୍ରତିଶତ ବୃଦ୍ଧି ସମ୍ଭାବନା ଦେଖାଦେଇଛି। ଏବେ ଏହା ୩୬ ପ୍ରତିଶତ ରହିଛି। ଏନେଇ ଗତ ୬ ମାସ ମଧ୍ୟରେ ଭାରତର ୪୩୯ ବ୍ୟବସାୟିକ ନିଷ୍ପତି ଏବଂ ୪୩୮ ୱାର୍କରଙ୍କ ମଧ୍ୟରେ ସର୍ଭେ କରାଯାଇଥିଲା

ସେହିପରି ଏସିଆ ପାସିଫିକ୍ ଅଂଚଳର ୧୫ଟି ମାର୍କେଟରେ ୩,୩୧୨ ବ୍ୟବସାୟିକ ନିଷ୍ପତି ଏବଂ ୩,୪୯୫ ୱାର୍କରଙ୍କ ମଧ୍ୟରେ ଏହି ସର୍ଭେ ହୋଇଥିଲା। ବ୍ୟବସାୟିକ ସଂସ୍ଥାଗୁଡ଼ିକୁ ୪ଟି ପର୍ଯ୍ୟାୟରେ ବିଭକ୍ତ କରାଯାଇଥିଲା। ପ୍ରଥମ ପର୍ଯ୍ୟାୟରେ ଟ୍ରାଡିସନାଲ, ଦ୍ୱିତୀୟ ପର୍ଯ୍ୟାୟରେ ନୋଭାଇସ୍‌, ତୃତୀୟ ପର୍ଯ୍ୟାୟରେ ଆଡପ୍ଟର ଏବଂ ଚତୁର୍ଥ ପର୍ଯ୍ୟାୟରେ ଲିଡରର୍ସଙ୍କୁ ଅନ୍ତର୍ଭୁକ୍ତ କରାଯାଇଥିଲା।

ମାଇକ୍ରୋସଫ୍ଟ ୧୯୭୫ରେ ସ୍ଥାପିତ ହୋଇଥିଲା। ୧୯୯୦ରେ ଏହା ଭାରତରେ କାର୍ଯ୍ୟ ଆରମ୍ଭ କରିଥିଲା । ସମ୍ପ୍ରତି ଏହାର କର୍ମଚାରୀ ସଂଖ୍ୟା ୧୧,୦୦୦ରୁ ଅଧିକ ରହିଛି। ଅହମ୍ମଦାବାଦ୍‌, ବେଙ୍ଗାଲୁରୁ, ଚେନ୍ନାଇ, ନୂଆଦିଲ୍ଲୀ, ଗୁରୁଗ୍ରାମ୍‌, ନୋଏଡ଼ା, ହାଇଦ୍ରାବାଦ୍‌, କୋଚି, କୋଲକାତା, ମୁମ୍ବାଇ ଏବଂ ପୁଣେ ଆଦି ୧୧ଟି ଭାରତୀୟ ସହରରେ ଏହାର କଷ୍ଟମର  ସର୍ଭିସ୍ ଏବଂ ସପୋର୍ଟ କେନ୍ଦ୍ର ରହିଛି।

Comment