ଓଡ଼ିଶାଲାଇଭ୍‌ ବ୍ୟୁରୋ

ବିଶ୍ୱର ହାଇପ୍ରୋଫାଇଲ ବ୍ୟକ୍ତିଙ୍କ ଟୁଇଟର ଆକାଉଣ୍ଟ ଉପରେ ଏକ ବଡ଼ ଧରଣର ଆକ୍ରମଣ କରିଛନ୍ତି ହ୍ୟାକର। ଏମାନଙ୍କ ମଧ୍ୟରେ ଅଛନ୍ତି ରାଜନେତା, ସେଲିବ୍ରିଟି ଓ ବଡ଼ ବଡ଼ ବ୍ୟବସାୟୀ।

ଆମେରିକାର ପୂର୍ବତନ ରାଷ୍ଟ୍ରପତି ବାରାକ ଓବାମା, ଆମେରିକାର ପୂର୍ବତନ ଉପରାଷ୍ଟ୍ରପତି ଜୋ ବେଡାନ, ଇସ୍ରାଏଲର ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ,  ମାଇକ୍ରୋସଫ୍ଟର ସହ ସଂସ୍ଥାପକ ବିଲ ଗେଟସ୍, ଆମାଜନ ସିଇଓ ଜେଫ ବିଜୋସ, ଟେଲସା ସିଇଓ ଇଲାନ ମସ୍କ, ୱାରେନ ବଫେଟଙ୍କ ସମେତ ଆପଲ, ଉବେର ଭଳି କମ୍ପାନିମାନଙ୍କର ଟୁଇଟର ଆକାଉଣ୍ଟ ହ୍ୟାକ କରାଯାଇଛି।CGU new

ତେବେ ଏହି ହାଇପ୍ରୋଫାଇଲ ବ୍ୟକ୍ତି ଓ କମ୍ପାନିର ଟୁଇଟର ଆକାଉଣ୍ଟ ହ୍ୟାକ କରିବା ପଛରେ ହ୍ୟାକରଙ୍କର କ’ଣ ଉଦ୍ଦେଶ୍ୟ ରହିଛି ତାହା ଜଣାପଡ଼ିନାହିଁ।

ଏହି ଘଟଣା ପରେ ଟୁଇଟରର ସିଇଓ ଜ୍ୟାକ କହିଛନ୍ତି ଯେ ଆମେ ଘଟଣାର ତଦନ୍ତ କରୁଛୁ। ହ୍ୟାକିଂ ରୋକିବା ପାଇଁ ଆମେ ଶୀଘ୍ର ପଦକ୍ଷେପ ନେବୁ।

Comment