ଓଡ଼ିଶାଲାଇଭ୍‌ ବ୍ୟୁରୋ

ସଫ୍ଟୱେରା କମ୍ପାନି ମାଇକ୍ରୋସଫ୍ଟର ପ୍ରତିଷ୍ଠାତା ବିଲ୍‌ ଗେଟ୍‌ସଙ୍କୁ ପଛରେ ପକାଇ ବିଶ୍ୱର ଦ୍ୱିତୀୟ ଧନୀ ବ୍ୟକ୍ତି ହୋଇଛନ୍ତି ଏଲ୍‌ଭିଲମ୍‌ଏଚ୍‌ କମ୍ପାନିର ମାଲିକ ବେର୍‌ନାର୍ଡ ଆରନଲ୍ଟ।

୭୦ ବର୍ଷିୟ ବେର୍‌ନାର୍ଡଙ୍କ ନେଟ୍‌ ନେଟୱର୍ଥ ୭.୪୫ ଲକ୍ଷ କୋଟି ଟଙ୍କା ଯାହା ବିଲ୍‌ ଗେଟ୍‌ସଙ୍କଠାରୁ ପାଖାପାଖି ୧୪ଶ଼ହ କୋଟି ଟଙ୍କା ଅଧିକ। ଏଥିସହିତ ବିଲ୍‌ ଗେଟ୍‌ସ ବର୍ତ୍ତମାନ ବିଶ୍ୱର ତୃତୀୟ ଧନୀ ଭାବେ ତଳକୁ ଖସି ଆସିଛନ୍ତି।

ଏହି କ୍ରମରେ ବିଶ୍ୱର ପ୍ରଥମ ଧନୀ ବ୍ୟକ୍ତି ହେଉଛନ୍ତି ଆମାଜନ୍‌ର ପ୍ରତିଷ୍ଠାତା ଜେଫ୍‌ ବେଜସ୍‌। ମଙ୍ଗଳବାର ବେନାର୍ଡ ଆରନଲ୍ଟଙ୍କ ଏଲ୍‌ଭିଲମ୍‌ଏଚ୍‌କମ୍ପାନିର ସେୟାର ୧.୩୮ ପ୍ରତିଶତ ବୃଦ୍ଧି ଘଟିବା ଫଳରେ ତାଙ୍କ ନେଟୱର୍ଥ ୭.୪୫ ଲକ୍ଷ କୋଟି ଟଙ୍କାରେ ପହଞ୍ଚିଥିଲା। ଏଥିସହିତ ସେ ବିଲ୍‌ ଗେଟ୍‌ସଙ୍କୁ ପଛରେ ପକାଇଛନ୍ତି। ବର୍ତ୍ତମାନ ବିଲ୍‌ ଗେଟ୍‌ସଙ୍କ ନେଟୱର୍ଥ ୭.୩୮ ଲକ୍ଷ କୋଟି ଟଙ୍କା।

Comment