ଓଡ଼ିଶାଲାଇଭ୍‌ ବ୍ୟୁରୋ

ବିଶ୍ୱର ଶ୍ରେଷ୍ଠ ଧନୀ ତଥା ବିଶ୍ୱର ସର୍ବଶ୍ରେଷ୍ଠ ଆଇଟି ଏବଂ ସଫ୍ଟୱେରା କମ୍ପାନି ମାଇକ୍ରୋସଫ୍ଟ୍‌ର ପ୍ରତିଷ୍ଠାତା ବିଲ୍‌ ଗେଟ୍‌ସ ନିକଟରେ ତାଙ୍କ ଜୀବନ ବଡ଼ ଭଲ ବିଷୟରେ କହିଛନ୍ତି। ମୋବାଇଲ ଅପରେଟିଂ ସିଷ୍ଟମ୍‌ ‘ଆଣ୍ଡ୍ରଏଡ୍‌’କୁ ହାତଛଡ଼ା କରିବା ତାଙ୍କ ଜୀବନର ସବୁଠାରୁ ବଡ଼ ଭୁଲ ବୋଲି ସ୍ୱୀକାର କରିଛନ୍ତି ବିଲ୍‌ ଗେଟ୍‌ସ। ଭେଞ୍ଚର କ୍ୟାପିଟାଲ ଫାର୍ମ କଲେଜ ଗ୍ଲୋବାଲର ଏକ କାର୍ଯ୍ୟକ୍ରମରେ ଯୋଗଦେଇ ବିଲ୍‌ ଗେଟ୍‌ସ ଏହି ବିଷୟରେ କହିଛନ୍ତି।

ତାଙ୍କର ଏହି ଭୁଲ ପାଇଁ କମ୍ପାନି ପାଖାପାଖି ୪୦,୦୦୦ କୋଟି ଡଲାର ସୁଯୋଗ ହାତ ଛଡ଼ା କଲା ବୋଲି ସେ କହିଛନ୍ତି। ୨୦୦୫ ମସିହାରେ ଆଣ୍ଡ୍ରଏଡ୍‌କୁ କିଣିବା ପାଇଁ ମାଇକ୍ରୋସଫ୍ଟ ପାଖରେ ସୁଯୋଗ ଥିଲା। ତେବେ ଆଣ୍ଡ୍ରଏଡ୍ର ଗୁରୁତ୍ୱ ବୁଝିନପାରି ମାଇକ୍ରୋସଫ୍ଟ ଏହାକୁ ହାତଛଡ଼ା କରିଥିଲା। ପରେ ଗୁଗଲ ଏହାକୁ ନିଜ ଅଧିନକୁ ଆଣି ବିକଶିତ କରିବା ସହିତ ଦୁନିଆର ସବୁଠାରୁ ଅଧିକ ପ୍ରଚଳିତ ମୋବାଇଲ ଅପରେଟିଂ ସିଷ୍ଟମ ଗଢ଼ିବାରେ ସକ୍ଷମ ହୋଇଛି।

ଦୀର୍ଘ ୪୪ ବର୍ଷ ଧରି ସମଗ୍ର ବିଶ୍ୱରେ ସର୍ବଶ୍ରେଷ୍ଠ ଆଇଟି ଏବଂ ସଫ୍ଟୱେରା କମ୍ପାନି ଭାବେ ମାଇକ୍ରୋସଫ୍ଟ ଜଣାଶୁଣା। କମ୍ପ୍ୟୁଟର କ୍ଷେତ୍ରରେ ସବୁଠାରୁ ଆଗରେ ଥିବା ୱିଣ୍ଡୋଜ୍‌ ଡେସ୍କଟପ୍‌ ଅପରେଟିଂ ସିଷ୍ଟମର ଜନ୍ମଦାତା ହେଉଛି ମାଇକ୍ରୋସଫ୍ଟ। କିନ୍ତୁ ମୋବାଇଲ ଅପରେଟିଂ ସିଷ୍ଟମ ଭାବେ ମାଇକ୍ରୋସଫ୍ଟ ଫେଲ୍‌ ମାରିଛି। ବର୍ତ୍ତମାନ ବଜାର ୱିଣ୍ଡୋଜ୍‌ ମେବାଇଲ୍‌ଠାରୁ ଆଣ୍ଡ୍ରଏଡ୍‌ ମୋବାଇଲର ଯଥେଷ୍ଟ ଚାହିଦା ରହିଛି।

“ସଫ୍ଟୱେର କ୍ଷେତ୍ରରେ ମୋବାଇଲ ଅପରେଟିଂ ସିଷ୍ଟମର ଗୁରୁତ୍ୱ ଅଧିକ। ଏହାକୁ ହାତ ଛଡ଼ା କରିବା ଆମର ବଡ଼ ଭୁଲ ଥିଲା। ଗୁଗଲ ଏହାର ଚାହିଦା ପୂର୍ବରୁ ବୁଝିପାରି ଏହାର ଫାଇଦା ଉଠାଇବାରେ ସମର୍ଥ ହୋଇଛି” ବିଲ୍‌ ଗେଟ୍‌ସ କହିଛନ୍ତି।

ଆଣ୍ଡ୍ରଏଡ୍ ହେଉଛି ବିଶ୍ୱର ସର୍ବଶ୍ରେଷ୍ଠ ସର୍ଚ୍ଚ ଇଞ୍ଜିନ୍‌ ଗୁଗଲ ଦ୍ୱାରା ବିକଶିତ ମୋବାଇଲ ଅପରେଟିଂ ସିଷ୍ଟମ। ୨୦୦୫ ମସିହାରେ ଗୁଗଲ ଆଣ୍ଡ୍ରଏଡ୍‌କୁ କିଣିଥିଲା। ଏହାକୁ ବିକଶିତ କରି ୨୦୦୮ ମସିହା ସେପ୍ଟେମ୍ବରରେ ଗୁଗଲ ପ୍ରଥମ ଆଣ୍ଡ୍ରଏଡ୍ ମୋବାଇଲ୍‌ ଲଞ୍ଚ କରିଥିଲା। ପ୍ରାରମ୍ଭିକ ସମୟରେ ୱିଣ୍ଡୋଜ୍‌ ଓ ଆଣ୍ଡ୍ରଏଡ୍ ମୋବାଇଲ୍‌ ମଧ୍ୟରେ କଡ଼ା ଟକ୍କର ଚାଲିଲା। କିନ୍ତୁ ପରବର୍ତ୍ତୀ ସମୟରେ ୱିଣ୍ଡୋଜ୍‌ ସିଷ୍ଟମକୁ ଦବାଇ ମୋବାଇଲ ଅପରେଟିଂ ସିଷ୍ଟମ କ୍ଷେତ୍ରରେ ଆଣ୍ଡ୍ରଏଡ୍ ଆଗରେ ରହିଛି।

Comment