ଓଡ଼ିଶାଲାଇଭ୍ ବ୍ୟୁରୋ

ବିଶ୍ୱରେ ଏବେ ମହାମାରୀ କରୋନା ଭାଇରସ୍ ନିଜର ପ୍ରକୋପ ଜାରି ରଖିଛି। ପ୍ରତ୍ୟେକ ଦିନ ଲକ୍ଷାଧିକ ଲୋକ ଏଥିରେ ଆକ୍ରାନ୍ତ ହେଉଥିବାବେଳେ ଅନେକ ନିଜର ପ୍ରାଣ ମଧ୍ୟ ହରାଉଛନ୍ତି। ଏହାରି ମଧ୍ୟରେ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ (WHO) ଏବଂ ୟୁନିସେଫ ତରଫରୁ ଜାରି ହୋଇଥିବା ଏକ ରିପୋର୍ଟ ସମସ୍ତଙ୍କୁ ଚିନ୍ତାରେ ପକାଇଦେଇଛି।

ଗୁରୁବାର ହୁ’ ତରଫରୁ ଜାରି ପ୍ରକାଶିତ ହୋଇଥିବା ଏକ ରିପୋର୍ଟରେ କୁହାଯାଇଛି ଯେ, କରୋନା ଭାଇରସ୍ କାରଣରୁ ଗର୍ଭବତୀ ସ୍ତ୍ରୀ ଲୋକମାନେ ବେଶ ପ୍ରଭାବିତ ହେବେ। ଯଦି ଆଗକୁ ମହାମାରୀ ଆହୁରି ଭୟାନକ ହୁଏ ତେବେ ପ୍ରତି ୧୬ ସେକେଣ୍ଡରେ ଜଣେ ନବଜାତ ଶିଶୁ ପ୍ରାଣ ହରାଇବେ। ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନର ଏହି ରିପୋର୍ଟ ଏବେ ସମସ୍ତଙ୍କ ନିଦ ହଜେଇଦେଇଛି।

ଯଦି ଗର୍ଭଧାରଣର ୨୮ ସପ୍ତାହ କିମ୍ବା ଏହାପରେ ମୃତ ଶିଶୁ ଜନ୍ମ ହୋଇଥାଏ ତେବେ ଏହାକୁ ‘ଷ୍ଟିଲ୍ ବାର୍ଥ’ କୁହାଯାଇଥାଏ। କରୋନା ମହାମାରୀ ବଢ଼ିଲେ ଏହି ‘ଷ୍ଟିଲ୍ ବାର୍ଥ’ ସଂଖ୍ୟା ଅନେକ ବଢ଼ିଯିବ ବୋଲି କୁହାଯାଇଛି।

ଏହି ସମସ୍ୟାରୁ ବଞ୍ଚିବାକୁ ହେଲେ ଗର୍ଭବତୀ ସ୍ତ୍ରୀ ଲୋକମାନଙ୍କୁ ବେଶ୍ ସଚେତନ ରହିବାକୁ ପଡ଼ିବ। ଏଥିସହିତ ତାଙ୍କୁ ନିୟମିତ ଭାବେ ଡାକ୍ତରଙ୍କ ପରାମର୍ଶ ନେବାକୁ ମଧ୍ୟ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ପରାମର୍ଶ ଦେଇଛି।

Comment