ଓଡ଼ିଶାଲାଇଭ୍ ବ୍ୟୁରୋ

୨୦୨୦ ବର୍ଷ ପାଇଁ ସାହିତ୍ୟ କ୍ଷେତ୍ରରେ ନୋବେଲ ପୁରସ୍କାର ଘୋଷଣା କରାଯାଇଛି। ଗୁରୁବାର ଆମେରିକୀୟ କବୟିତ୍ରୀ ଲୁଇସ୍ ଗ୍ଲୁକଙ୍କୁ ଏହି ସମ୍ମାନଜନକ ପୁରସ୍କାର ପ୍ରଦାନ କରାଯିବା ନେଇ ନୋବେଲ କମିଟି ପକ୍ଷରୁ ଘୋଷଣା କରାଯାଇଛି।

ସାହିତ୍ୟ କ୍ଷେତ୍ରରେ ତାଙ୍କର ଅତୁଳନୀୟ ଅବଦାନ ପାଇଁ କବୟିତ୍ରୀ ଲୁଇସ୍ ଗ୍ଲୁକ୍ ଏହି ସମ୍ମାନଜନକ ପୁରସ୍କାର ପାଇବେ। ସୁଲଳିତ କବିତା ରଚନା କରି ଆମେରିକୀୟ ସାହିତ୍ୟ ଦୁନିଆରେ ଏକ ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି ଲୁଇସ୍ ଗ୍ଲୁକ୍।

 ୧୯୬୮ ମସିହାରେ ତାଙ୍କର ପ୍ରଥମ ପୁସ୍ତକ ‘ଫାଷ୍ଟ୍‌ବର୍‌ନ’ ପ୍ରକାଶ ପାଇଥିଲା। ଏଯାବତ୍ ସେ ୧୨ ଗୋଟି କବତା ସଂକଳନ ଏବଂ କବିତା ଉପରେ ଅନେକ ପ୍ରବନ୍ଧ ମଧ୍ୟ ରଚନା କରିସାରିଛନ୍ତି।

Comment