ଓଡ଼ିଶାଲାଇଭ୍ ବ୍ୟୁରୋ

ହଲାଲକୁ ବନ୍ଦ କରିବା ପାଇଁ ହୋଇଥିବା ଏକ ଆଭେଦନକୁ ସୁପ୍ରିମ କୋର୍ଟ ସୋମବାର ଦିନ ଖାରଜ କରିଦେଇଛନ୍ତି। ଜଷ୍ଟିସ ସଞ୍ଜୟ କିଶନ କାଉଲଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ ଏହି ଆବେଦନକୁ ଖାରଜ କରିଦେଇଛନ୍ତି। ଏହା ସହିତ  ଆବେଦକାରୀ ଅଖଣ୍ଡ ଭାରତ ମୋର୍ଚ୍ଚା ପକ୍ଷରୁ ହୋଇଥିବା ଆବେଦନର ଉଦ୍ଦେଶ୍ୟକୁ ନେଇ ସନ୍ଦେହ ରହିଛି ବୋଲି କହିଛନ୍ତି। ଆବେଦନକାରୀ ଆନିମାଲ କ୍ରୁଏଲିଟି ନିରୋଧୀ ଆଇନର ୨୮ ଧାରାକୁ ହଲାଲ ଉଲ୍ଲଂଘନ କରୁଛି ବୋଲି ଆବେଦନକାରୀ ତାଙ୍କ ପିଟିସନରେ ଉଲ୍ଲେଖ କରିଥିଲେ। ହଲାଲରେ ପଶୁକୁ ଅଧିକ ଯନ୍ତ୍ରଣା ହେଉଥିବାରୁ ଏହାକୁ ପୂରା ବନ୍ଦ କରିବା ପାଇଁ ଆବେଦନ ହୋଇଥିଲା।

ତେବେ କୋର୍ଟ କାହାର ଖାଇବା ଅଭ୍ୟାସ ଉପରେ କଟକଣା ଜାରି କରିପାରିବେ ନାହିଁ ବୋଲି କହିଥିଲେ। ସାଧାରଣତଃ ମୁସଲିମ ସମ୍ପ୍ରଦାୟରେ ପଶୁକୁ ହତ୍ୟା କରାଯାଉଥିବା ପଦ୍ଧତିକୁ ହଲାଲ କୁହାଯାଏ। ଆଉ ହିନ୍ଦୁ ମାନେ ଝଟକା ପଦ୍ଧତିରେ ମରାଯାଉଥିବା ପଶୁ ମାଂସ ଖାଇଥାନ୍ତି। ହଲାଲଲରେ ପଶୁ କିମ୍ବା କୁକୁଡ଼ାର ଗଳାକାଟି ରକ୍ତ ନିଗିଡିଯିବାକୁ ଦିଆଯାଇଥାଏ। ଏଥିରେ ପଶୁ କିମ୍ବା କୁକୁଡ଼ାର ମୃତ୍ୟୁ ହୋଇଥାଏ। ହେଲେ ହିନ୍ଦୁମାନେ ଖାଉଥିବା ପଦ୍ଧତିରେ ପଶୁର ମୁଣ୍ଡକୁ ଗୋଟିଏ ଝଟକାରେ ଅଲଗା କରିଦିଆଯାଏ। ଅଖଣ୍ଡଭାରତ ମୋର୍ଚ୍ଚାର ଆବେଦନ ଅନୁସାରେ ହଲାଲରେ ଅଧିକ ଯନ୍ତ୍ରଣା ହେଉଥିବା ବେଳେ ଝଟକାରେ ଆଦୌ ଯନ୍ତ୍ରଣା ହୋଇ ନ ଥାଏ। ତେବେ ଆବେଦନକାରୀଙ୍କ ଉଦ୍ଦେଶ୍ୟ ଉପରେ ସନ୍ଦେହ କରି କୋର୍ଟ ଏହାକୁ ଖାରଜ କରିଦେଇଥିଲେ।

Comment