ଓଡ଼ିଶାଲାଇଭ୍‌ ବ୍ୟୁରୋ

ସାରାବିଶ୍ୱରେ ପାକିସ୍ତାନର ଛବି ନକରାତ୍ମକ ରହିଛି। ଏଠାରେ ଥିବା ଅଳ୍ପସଂଖ୍ୟକ ହିନ୍ଦୁ ଲୋକଙ୍କ ଉପରେ ଅତ୍ୟାଚାର କରାଯାଉଥିବା ଖବର ଅନେକ ସମୟରେ ଦେଖିବାକୁ ମିଳିଛି। ହେଲେ ପାକିସ୍ତାନରେ ଏମିତି ଏକ ସହର ଅଛି ଯେଉଁଠୁ କେବେବି ଏମିତି ଖବର ଆସେ ନାହିଁ। ଜାଣି ଆଶ୍ଚର୍ଯ୍ୟ ହେବେ, ଏହି ସହରରେ ମୁସଲମାନଙ୍କଠୁ ଅଧିକ ହିନ୍ଦୁ ରହିଛନ୍ତି।

ଏହି ସହରର ନାଁ ମିଠି। ଏହା ପାକିସ୍ତାନର ଲାହୋରଠାରୁ ପ୍ରାୟ ୮୭୪ ମିଲୋମିଟର ଦୂର ଥାରପାରକର ଜିଲ୍ଲାରେ ରହିଛି। ଏହି ସହରରେ ହିନ୍ଦୁ-ମୁସଲମାନଙ୍କ ଏକ ନିଆରା ଏକତା ଦେଖିବାକୁ ମଳିଥାଏ।

ମିଠିରେ ପାଖାପାଖି ୮୭ ହଜାର ଲୋକ ବସବାସ କରନ୍ତି। ଏଠାରେ ପ୍ରାୟ ୮୦ ପ୍ରତିଶତ ଲୋକ ହିନ୍ଦୁ। କୁହାଯାଏ ଏହି ସହରରେ ଯେବେବି କିଛି ପର୍ବ ବା ସଂସ୍କୃତିକ କାର୍ଯ୍ୟକ୍ରମ ଆୟାଜନ ହୋଇଥାଏ ସେତେବେଳେ ହିନ୍ଦୁ ମୁସଲିମ୍‌ ମିଶି ଏଥିରେ ଭାଗ ନିଅନ୍ତି। ଏମିତିକି ଦୀପାବଳି, ଇଦ ମଧ୍ୟ ପାଳନ କରନ୍ତି।

ସେହିପରି ଏହି ସହରରେ ଅପରାଧ ମଧ୍ୟ ଅନ୍ୟ ସହର ଅପେକ୍ଷା କମ୍‌। ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ଏହି ସହରରେ କେବେ ହେଲେ ସାଂପ୍ରଦାୟିକ ଦଙ୍ଗା ମଧ୍ୟ ଘଟିନାହିଁ। ଏହି ସହରରେ ଅନେକ ମନ୍ଦିର ମଧ୍ୟ ରହିଛି। ଯାହାମଧ୍ୟରେ କୃଷ୍ଣ ମନ୍ଦିର ପ୍ରସିଦ୍ଧ। ଏହି ମନ୍ଦିରରେ ପୂଜାପାଠ ମଧ୍ୟ କରାଯାଏ।

Comment