ଓଡ଼ିଶାଲାଇଭ୍ ବ୍ୟୁରୋ

ଖାଦ୍ୟର ସ୍ୱାଦ ବଢ଼ାଇବା ପାଇଁ ହେଙ୍ଗୁ ବ୍ୟବହାର କରାଯାଏ। ଏହାକୁ ଉଜ୍ଜ୍ଵଳ ତ୍ଵଚା ପାଇଁ ମଧ୍ୟ ବ୍ୟବହାର କରାଯାଇପାରେ। ହେଙ୍ଗୁରେ ଆଣ୍ଟିବ୍ୟାକ୍ଟେରିଆଲ୍ ତତ୍ତ୍ୱ ଭରପୂର ପରିମାଣରେ ରହିଛି। ତେବେ କେମିତି ହେଙ୍ଗୁ ଫେସ୍ ପ୍ୟାକ୍‌ର ଉପକାରିତା ଓ ପ୍ରସ୍ତୁତି ପ୍ରଣାଳୀ ଜାଣନ୍ତୁ…

ଚମକ ଆଣିବ: ଗୋଟିଏ ଟମାଟୋକୁ ଚୋପା ବାହାର କରି ସେଥିରେ ଅଧ ଚାମଚ ହେଙ୍ଗୁ ଗୁଣ୍ଡ ପକାଇ ପେଷ୍ଟ ତିଆରି କରି ମୁହଁରେ ଲଗାନ୍ତୁ। ଟମାଟୋରେ ଥିବା ଲାଇକୋପିନ୍ ଓ ଭିଟାମିନ୍-ସି ପ୍ରାକୃତିକ କ୍ଲିଞ୍ଜର୍ ଭଳି କାମ କରେ। ଏହା ତ୍ୱଚାକୁ ଭିତରୁ ସଫା କରି ଚମକ ଆଣେ।ବୟସାଧିକ୍ୟ ସମମ୍ୟା ଦୂର କରିବ: ବୟସ ବୃଦ୍ଧି ହେବା ସହିତ ମୁହଁରେ ବିଭିନ୍ନ ପ୍ରକାର ସମସ୍ୟା ଦେଖାଦିଏ। ତ୍ୱଚାରେ କୁଞ୍ଚନ ପଡ଼େ। ବେଳେବେଳେ ଖାଦ୍ୟପାନ ଠିକ୍ ନ ଥିଲେ ବି ଏହିଭଳି ସମସ୍ୟା ଦେଖାଦିଏ।

ଗୋଟିଏ ଚାମଚ ମୁଲତାନୀ ମାଟିରେ ଅଧା ଚାମଚ ହେଙ୍ଗୁ ଗୁଣ୍ଡ, ୧୦ ଟୋପା ଗୋଲାପ ଜଳ ଓ ଟିକିଏ ପାଣି ମିଶାଇ ପେଷ୍ଟ୍ ପ୍ରସ୍ତୁତ କରନ୍ତୁ। ଏହାକୁ ମୁହଁରେ ଲଗାଇ ୧୫ ମିନିଟ୍ ପରେ ଧୋଇ ଦିଅନ୍ତୁ। ସପ୍ତାହକୁ ୨ ଥର ଏହାକୁ ବ୍ୟବହାର କରନ୍ତୁ।glowing skin-2ବ୍ରଣ କମ୍ କରିବ : ଆଣ୍ଟିବ୍ୟାକ୍ଟେରିଆଲ୍ ତତ୍ତ୍ୱରେ ଭରପୁର ହେଙ୍ଗୁ ମୁହଁରେ ବ୍ରଣ ହେବାକୁ ଦିଏନାହିଁ। ୧ ଚାମଚ ମୁଲତାନି ମାଟି, ଅଧା ଲେମ୍ବୁ ରସ ,ହାପ୍‌ ଚାମଚ ହେଙ୍ଗୁ ଓ ୧୦ ଟୋପା ଗୋଲାପ ଜଳ ମିଶାଇ ଲେପ ପ୍ରସ୍ତୁତ କରି ବ୍ୟବହାର କରନ୍ତୁ। ଏହା ମୁହଁରୁ ଅତିରିକ୍ତ ତେଲିଆପଣକୁ କମ୍ କରି ବ୍ରଣ ସମସ୍ୟା ଦୂର କରେ।ଶୁଷ୍କ ତ୍ୱଚା : ଶୁଷ୍କ ତ୍ୱଚା ହୋଇଥିଲେ ୨ ଚାମଚ କ୍ଷୀର, ୧ ଚାମଚ ମହୁ ଓ ଅଧା ଚାମଚ ହେଙ୍ଗୁର ପେଷ୍ଟ ତିଆରି କରି ୧୫ ମିନିଟ୍ ଫ୍ରିଜ୍ ରେ ରଖିନ୍ତୁ। ଥଣ୍ଡା ହେବା ପରେ ସେହି ପେଷ୍ଟ୍ କୁ ମୁହଁରେ ଲଗାନ୍ତୁ। ୧୫ ମିନିଟ୍ ପରେ ଥଣ୍ଡା ପାଣିରେ ଧୋଇଦିଅନ୍ତୁ।

Comment