ଓଡ଼ିଶାଲାଇଭ୍ ବ୍ୟୁରୋ

(ନବରଙ୍ଗପୁରରୁ ଗୈରାଙ୍ଗ ପାତ୍ର): ଆଜି ନବରଙ୍ଗପୁର ଜିଲ୍ଲା ଆର୍‌ଏମ୍‌ସି ଅଫିସର ସିନିଅର ଆକାଉଣ୍ଟାଟ୍ ଅଶୋକ ନନ୍ଦଙ୍କ ଘରେ ଭିଜିଲାନ୍ସ ଚଢ଼ାଉ ହୋଇଛି। ଆୟବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସର ପକ୍ଷରୁ ଏହି ଚଢ଼ାଉ କରାଯାଇଥିବା ନେଇ ସୂଚନା ମିଳିଛି।

ବୁଧବାର ସକାଳୁ ଭିଜିଲାନ୍ସର ତିନୋଟି ଟିମ ଏକକାଳୀନ ଅଶୋକ ନନ୍ଦଙ୍କ ନବରଙ୍ଗପୁର ସହରର ଇଛାବତୀଗୁଡା ସ୍ଥିତ ବାସଭବନ, ଗାନ୍ଧୀନଗର ସ୍ଥିତ ବାସଭବନ ଓ ଆର୍‌ଏମ୍‌ସି କାର୍ଯ୍ୟାଳୟରେ ଏକକାଳୀନ ଚଢ଼ାଉ କରିଛନ୍ତି। ଏହି ଚଢ଼ାଉରେ ନୂଆପଡାଷ ଜୟପୁର ଏବଂ ନବରଙ୍ଗପୁର ଭିଜିଲାନ୍ସ ଟିମ ସାମିଲ ହୋଇଛନ୍ତି।ଆକାଉଣ୍ଟାଟ୍ ଅଶୋକ ନନ୍ଦଙ୍କ ନାଁରେ ଆୟ ବହିର୍ଭୁତ ସମ୍ପତି ଠୁଳ ଅଭିଯୋଗ ହେବାପରେ ଏହି ଚଢ଼ାଉ କରାଯାଇଥିବା ନେଇ ଭିଜିଲାନ୍ସ ଟିମ ସୂଚନା ମିଳିଛି। ତେବେ ବର୍ତ୍ତମାନ ସୁଦ୍ଧା ଭାଜିଲାନ୍ସ ହାତରେ ଅଶୋକଙ୍କର ୩ଟି କୋଠା ଘର, ୧୩ଟି ବ୍ୟାଙ୍କ ଆକାଉଣ୍ଟ ଖାତା, ୯ଟି ଚାରିଚକିଆ ଗାଡି ଏବଂ ୭ଟି ପ୍ଲଟ ରହିଥିବା ପକ୍ଷରୁ ସୂଚନା ମିଳିଛି।

ତେବେ ଏ ପର୍ଯ୍ୟନ୍ତ ସମ୍ପତିର ଆକଳନ ସମ୍ପୂର୍ଣ୍ଣ ସରିନଥିବା ବେଳେ ପୁରା ତଦନ୍ତ ସରିବାପରେ ସବୁକିଛି ଜଣାପଡିବ ବୋଲି ଭିଜିଲାନ୍ସ ଟିମ କହିଛନ୍ତି।

Comment