ଓଡ଼ିଶାଲାଇଭ୍ ବ୍ୟୁରୋ

ନଭେମ୍ବର ୧୧ରେ ରିଲିଜ୍ ହେବାକୁ ଯାଉଛି ଲୋକପ୍ରିୟ ୱେବସିରିଜ୍ ‘ଆଶ୍ରମ’ର ଦ୍ୱିତୀୟ ପାର୍ଟ। ଏନେଇ ଏହାର ନିର୍ମାତା ଏମ୍ଏକ୍ସ ପ୍ଲେୟାର ଟୁଇଟ୍ କରି ସୂଚନା ଦେଇଛି। ଦ୍ୱିତୀୟ ପାର୍ଟର ନାଁ ରଖାଯାଇଛି ‘ଆଶ୍ରମ ଚାପ୍ଟର ୨: ଦ ଡାର୍କ ସାଇଡ୍’।

ପ୍ରକାଶ ଝାଙ୍କ ନିର୍ଦ୍ଦେଶିତ ଆଶ୍ରମ ୱେବସିରିଜ୍ ବେଶ୍ ଲୋକପ୍ରିୟ ହୋଇପାରିଥିଲା। ବିଶେଷକରି ଏଥିରେ ବବି ଦେବଲଙ୍କ ଅଭିନୟକୁ ଦର୍ଶକମାନେ ପସନ୍ଦ କରିଥିଲେ। ତା’ ସାଙ୍ଗକୁ ଆଶ୍ରମର ସସପେନ୍ସ ଥ୍ରୀଲର କାହାଣୀ ସମସ୍ତଙ୍କୁ ଏହି ୱେବସିରିଜ ସହ ବାନ୍ଧି ରଖିପାରିଥିଲା। ଏବେ ଏହାର ଦ୍ୱିତୀୟ ପାର୍ଟ ମଧ୍ୟ ସେହିଭଳି କମାଲ୍ କରିବ ବୋଲି କୁହାଯାଉଛି।ଆଶ୍ରମର ପ୍ରଥମ ପାର୍ଟରେ ମୋଟ ୯ଟି ଏପିସୋଡ୍ ରହିଥିଲା। ଯାହାକୁ ଲୋକମାନେ ଏମ୍ଏକ୍ସ ପ୍ଲେୟାର ଆପରେ ବିନା କୌଣସି ଟଙ୍କା ଦେଇ ଦେଖିପାରିବେ। ଏଥିରେ ଧର୍ମକୁ ନେଇ ହେଉଥିବା ବିଭିନ୍ନ ଖରାପ କାମକୁ ଦେଖାଯାଇଥିଲା।

ଏହି ସିରିଜ୍ ପରେ ଦର୍ଶକମାନେ ଏହାର ଦ୍ୱିତୀୟ ପାର୍ଟକୁ ଅନାଇ ବସିଥିଲେ। ଏବେ ଦ୍ୱିତୀୟ ପାର୍ଟର ରିଲିଜ୍ ତାରିଖ ଘୋଷଣା ହେବା ପରେ ଦର୍ଶକଙ୍କ ମନରେ ଖୁସି ଖେଳିଯାଇଛି। ନଭେମ୍ବର ୧୧ରୁ ଏହି ୱେବସିରିଜର ଦ୍ୱିତୀୟ ପାର୍ଟ ଏମ୍ଏକ୍ସ ପ୍ଲେୟାର ଆପରେ ଉପଲବ୍ଧ ହେବ।

Comment