ଓଡ଼ିଶାଲାଇଭ୍‌ ଏଣ୍ଟରଟେନ୍‌ମେଣ୍ଟ ବ୍ୟୁରୋ

ବଲିଉଡ ଅଭିନେତା ବବି ଦେଓଲ ଓ ସଲମାନ ଖାନଙ୍କୁ ନେଇ ନିକଟରେ ଏକ ବଡ଼ ଖବର ସାମ୍ନାକୁ ଆସିଛି। ସଲମାନ ଖାନ ତାଙ୍କ ଆଗାମୀ ଫିଲ୍ମ ‘ଦବଙ୍ଗ-୩’ରେ ଅଭିନୟ କରିବା ପାଇଁ ବବି ଦେଓଲଙ୍କୁ ଅଫର ଦେଇଛନ୍ତ। ବବି ଦେଓଲ ବର୍ତ୍ତମାନ ‘ହାଉସ୍‌ଫୁଲ-୪’ର ସୁଟିଂରେ ବ୍ୟସ୍ତ ଅଛନ୍ତି।

ଏହା ପୂର୍ବରୁ ସଲମାନ ଖାନଙ୍କ ଫିଲ୍ମ ରେସ୍‌-୩ରେ ବବି ଦେଓଲ ନଜର ଆସିଥିଲେ। ଏହି ଫିଲ୍ମଟି ଫ୍ଲପ୍‌ ହୋଇଥିଲେ ମଧ୍ୟ ବକ୍ସ ଅଫିସ୍‌ରେ ଭଲ ବ୍ୟବସାୟ କରିଥିଲା। ରେସ୍‌-୩ ପରେ ବବି ଦେଓଲଙ୍କ ଆଉ ଦୁଇଟି ଫିଲ୍ମ ରିଲିଜ ହୋଇଛି। ‘ପୋଷ୍ଟର ବୟଜ୍’ଓ  ‘ୟମାଲା ପାଗଲା ଦିୱାନା ଫିର ସେ’।

କୁହାଯାଉଛି ‘ହାଉସ୍‌ଫୁଲ-୪’କୁ ଛାଡ଼ିଲେ ବବି ଦେଓଲଙ୍କ ପାଖରେ ଅନ୍ୟ କୌଣସି ଫିଲ୍ମ ନାହିଁ। ତେଣୁ ଦବଙ୍ଗ ଖାନ ତାଙ୍କୁ ଏହି ଅଫର ଦେଇଛନ୍ତି। କିନ୍ତୁ ବର୍ତ୍ତମାନ ସୁଦ୍ଧା ବବି ଦେଓଲ ଏଥିରେ ରାଜି ହୋଇନଥିବା ଜଣାଯାଇଛି। ଏନେଇ ସଲମାନଙ୍କୁ କିଛି ସମୟ ମାଗିଛନ୍ତି ବବି।

ଯଦି ବବି ଦେଓଲ ‘ଦବଙ୍ଗ-୩’ରେ ଅଭିନୟ କରିବା ପାଇଁ ରାଜି ହୁଅନ୍ତି ତେବେ ସେ ଫିଲ୍ମରେ ଚୁଲ୍‌ବୁଲ୍‌ ପାଣ୍ଡେଙ୍କ ବନ୍ଧୁ ଚରିତ୍ରରେ ନଜର ଆସିବେ।

Comment