ଓଡ଼ିଶାଲାଇଭ୍‌ ବ୍ୟୁରୋ

ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ପାରଳାଖେମୁଣ୍ଡିର ଜଣେ ଅଧ୍ୟାପକ ଜି.ନାଗେଶ୍ୱର ରାଓଙ୍କ ଘରେ ଭିଜିଲାନ୍ସ ଚଢ଼ାଉ କରିଛି। ସୋମବାର ପାରଳାଖେମୁଣ୍ଡି ରାଧାଗୋବିନ୍ଦ ନଗର ସମେତ ତାଙ୍କର ଅନ୍ୟ ୬ଟି ଘରେ ଚଢ଼ାଉ କରାଯାଇଛି। ଚଢ଼ାଉ ବେଳେ ରାଧାଗୋବିନ୍ଦ ନଗରସ୍ଥିତ ତାଙ୍କର ଗୋଟିଏ ଘରୁ ନଗଦ ୩୧ ଲକ୍ଷ ଟଙ୍କା ମିଳିଥିବା ସୂଚନା ମିଳିଛି।

ଏଥିସହିତ ଅନ୍ୟ ବ୍ୟାଙ୍କ ଆକାଉଣ୍ଟ, ଦାମୀ ଗାଡ଼ି ମଧ୍ୟ ଜବତ କରାଯାଇଛି। ଏବେ ସୁଦ୍ଧା ଭିଜିଲାନ୍ସ ଟିମ୍‌ର ତଦନ୍ତ ଜାରି ରହିଛି। ତେଣୁ ତାଙ୍କ ସମ୍ପତ୍ତି ମୂଲ୍ୟ ଅଧିକ ହେବ ବୋଲି ଅନୁମାନ କରାଯାଉଛି। ମୋଟ ୬ ଟିମ୍‌ ଏହି ଚଢ଼ାଉରେ ସାମିଲ ହୋଇଛି।

ନାଗେଶ୍ୱର ବର୍ତ୍ତମାନ ଗଜପତି ଜିଲ୍ଲା ଗୁରାଣ୍ଡିସ୍ଥିତ ମୀନକେତନ ମହାବିଦ୍ୟାଳୟରେ ଅଧ୍ୟାପକ ଭାବେ କାର୍ଯ୍ୟରତ ଅଛନ୍ତି।

Comment