ଓଡ଼ିଶାଲାଇଭ୍ ବ୍ୟୁରୋ

ଭିଜିଲାନ୍ସ ଜାଲରେ ଇଡକୋ ଚିଫ୍ ଜେନେରାଲ ମ୍ୟାନେଜର ସରୋଜକାନ୍ତ ମହାନ୍ତି। ଆୟବହିର୍ଭୂତ ସମ୍ପତ୍ତି ଠୁଳ କରିବା ଅଭିଯୋଗରେ ମଙ୍ଗଳବାର ଦିନ ସରୋଜକାନ୍ତ ମହାନ୍ତିଙ୍କ ୭ଟି ଠିକଣା ଉପରେ ଚଢ଼ଉ କରିଛି ଭିଜିଲାନ୍ସ ବିଭାଗ।

ଭୁବନେଶ୍ୱର, କଟକ ଏବଂ ଯାଜପୁର ଜିଲ୍ଲାରେ ଚଢ଼ଉ ଜାରି ରହିଛି। ଏହି ଚଢ଼ଉରେ ସାମିଲ ହୋଇଛନ୍ତି ୧୦ ଜଣ ଡିଏସପି ଏବଂ ୬ ଜଣ ଇନ୍ସପେକ୍ଟର।

ସରୋଜକାନ୍ତ ମହାନ୍ତିଙ୍କର ଭୁବନେଶ୍ଵର ଶୈଳଶ୍ରୀ ବିହାରରେ ଥିବା ଫ୍ଲାଟ, ବାରଙ୍ଗ ପାଟପୁରରେ ଥିବା ଫ୍ଲାଟ, ଯାଜପୁର ଜିଲ୍ଲା ଧର୍ମଶାଳା ବ୍ରହ୍ମବରଦା ସ୍ଥିତ ପୈତୃକ ଘର, କଟକ ମହାନଦୀ ବିହାରରେ ଥିବା ୩ ମହଲା କୋଠା,  ଯାଜପୁର ଜାରକା ସ୍ଥିତ ଦୁଇ ମହଲା ବିଶିଷ୍ଠ ଘର, ନୟାପଲ୍ଲୀ ଆଇଆରସି ଭିଲେଜ ଏନ୪ରେ ଥିବା ସମ୍ପର୍କୀୟଙ୍କ ଘର ଏବଂ ଇଡକୋ କାର୍ଯ୍ୟାଳୟରେ ଏକକାଳୀନ ଚଢ଼ଉ ଜାରି ରହିଛି।

Tags: #VigilanceRaid #IDCOChiefGeneralManagerSarojKantaMohanty #odisha #DisproportionateAssets

Comment