ଓଡ଼ିଶାଲାଇଭ୍ ବ୍ୟୁରୋ

ତାଇବାନ ଉପରେ ଆକ୍ରମଣ କରିବାକୁ ଯୋଜନା କରୁଛି ଚୀନ୍। ଏଥିପାଇଁ ଫୁଜିଆନ୍ ଓ ଝୋଜିଆଙ୍ଗ୍ ନିକଟରେ ଚୀନ୍ ସେନା ଅତ୍ୟାଧୁନିକ ମିସାଇଲ୍ ନିଯୁକ୍ତ କରିବା ସହିତ ଆକ୍ରମଣ ପାଇଁ ପ୍ରସ୍ତୁତ ହେଉଛି। ତେଣୁ ଯେକୌଣସି ମୂହୁର୍ତ୍ତରେ ଚୀନର ସେନା ତାଇବାନ ଉପରେ ଆକ୍ରମଣ କରିପାରେ ବୋଲି କୁହାଯାଉଛି।

ଏହାପଛର କାରଣ ହେଉଛି ଯେ, ତାଇବାନ ଉପରେ ସବୁବେଳେ ଚୀନ୍ ନିଜର ଆଧିପତ୍ୟ ଜମାଇଥାଏ। ହେଲେ ତାଇବାନ କିନ୍ତୁ ନିଜକୁ ସ୍ୱାଧୀନ ରାଷ୍ଟ୍ରର ମାନ୍ୟତା ଦେଇଛି। ନିକଟରେ ତାଇବାନ ଆମେରିକା ସହ ଅସ୍ତ୍ରଶସ୍ତ୍ର କିଣାବିକା କରିଛି। ଯାହାକୁ ଚୀନ୍ ପସନ୍ଦ କରିନଥିବାବେଳେ ତାଇବାନକୁ ଏହାର ଜବାବ ଦେବାକୁ ଯୋଜନା ପ୍ରସ୍ତୁତ କରୁଛି।କିଛି ଦିନ ପୂର୍ବେ ଚୀନ୍ ରାଷ୍ଟ୍ରପତି ନିଜ ସୈନିକମାନଙ୍କୁ ସମ୍ବୋଧିତ କରିବା ସମୟରେ ଯୁଦ୍ଧ ପାଇଁ ପ୍ରସ୍ତୁତ ରହିବାକୁ କହିଥିଲେ। ଏଥିସହ ସେନାମୁଖ୍ୟଙ୍କୁ ହାଇ ଆଲର୍ଟରେ ରହିବାକୁ ପରାମର୍ଶ ଦେଇଥିଲେ। ଯାହା ତାଇବାନ ଉପରେ ଆକ୍ରମଣ ଖବରକୁ ଆହୁରି ଅଧିକ ପକ୍କା କରିଛି। ଚୀନ ସେନାର ଏଭଳି କାର୍ଯ୍ୟକଳାପ ପରେ ତାଇବାନବାସୀ ଭୟଭୀତ ଅବସ୍ଥାରେ ଥିବା ଜଣାପଡ଼ିଛି। ଚୀନ୍ ସେନା ସୀମାରେ ମିସାଇଲ୍ ମୁତୟନ କରିଥିବାରୁ ତାଇବାନବାସୀଙ୍କ ମନରେ ଡର ଦେଖିବାକୁ ମିଳିଛି।

Comment